ବେଆଇନ ବ୍ରାଉନସୁଗାର ଚାଲାଣ ଏବଂ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ
ଜଟଣୀ ---ଆଜି ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏକ ସ୍ପେଶାଲ ଟିମ ସ୍ଥାନୀୟ କୁଦିଆରୀ ଛକରେ ଥିବା ହନୁମାନ ମନ୍ଦିର ନିକଟରେ ଅତର୍କିତ ଭାବେ ଚଢଉ କରିଥିଲେ । ବେଆଇନ ବ୍ରାଉନ ସୁଗାର ଚାଲାଣ ଓ ବିକ୍ରି ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କୁ ତଲାସି ବେଳେ ତାଙ୍କ ନିକଟରୁ ମୋଟ ୧୦.୭୦ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ, ଗୋଟିଏ ମୋବାଇଲ ଫୋନ ଏବଂ ଏକ ମୋଟରସାଇକେଲ ଜବତ କରାଯାଇଥିଲା । ପଚରା ଉଚରା ସମୟରେ, ଅଭିଯୁକ୍ତ ଜଣକ ଏହି ବ୍ରାଉନ ସୁଗାରକୁ ଜଳେଶ୍ଵରରୁ ଆଣି ଜଟଣୀ ଅଞ୍ଚଳରେ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ ନେଇ ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କେସ ନଂ 416/22 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏଯାବତ ମୋଟ ୭୭ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୪୬ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୨୯୦ଗ୍ରାମ ୫୦ମିଲିଗ୍ରାମ ଓଜନର ବ୍ରାଉନସୁଗାର ଏବଂ ୭,୩୩,୨୨୦/-ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୁପା, ୬୪ଟି ମୋବାଇଲ ଫୋନ ଏବଂ ୨୮ଟି ଦୁଇ/ଚାରି ଚକିଆ ଯାନ, ଗୋଟିଏ ଲାପଟପ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୧୧/୨୦୨୨-----୮,୪୫ Sakhigopal News,22/11/2022