Breaking News

ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ



ନୟାଗଡ---- ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ କମିଟିର ବୈଠକ ଆର .ଏମ .ସି ସଭାଗୃହରେ ଜିଲ୍ଲାପାଳ ତଥା ଅଧକ୍ଷ, ଜିଲ୍ଲା ସ୍ତରୀୟ କ୍ରୟ କମିଟି ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସଭ୍ୟ ମାନଙ୍କୁ ସ୍ୱାଗତ କରିଥିଲେ। 2021-22 ଖରିଫ ଋତୁରେ ଧାନ କ୍ରୟର ସଂକ୍ଷିପ୍ତ ବିବରଣୀରେ କହିଥିଲେ ଯେ, ଗତ ବର୍ଷ ଏହି ଜିଲ୍ଲାରେ 46,062 ଚାଷୀ ଧାନ କ୍ରୟ ପାଇଁ ଜିଲ୍ଲାର 153 ଟି ପ୍ୟାକସରେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ 41,894 ଚାଷୀଙ୍କ ଠାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ.୧୯୪୦/ଏବଂ ଟ. ୧୯୬୦/- ଦରରେ 14,40,222.96 କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଚଳିତ ଖରିଫ ୠତୁ 2022- 23 ରେ ସେହି 153 ପ୍ୟାକସ ମାଧ୍ୟମରେ 56017 ଚାଷୀ ପଞ୍ଜିକରଣ ବୈଧ ଥିବାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ. 2040/- ଏବଂ ଟ. 2060/- ଦରରେ ସରକାରଙ୍କ ନିଷ୍ପତି ଅନୁଯାୟୀ କ୍ରୟ କରାଯିବ। ଏ ବର୍ଷ ନୟାଗଡ ଜିଲ୍ଲାରେ ଧାନ କ୍ରୟ ତା 23/12/22 ରିଖ ଠାରୁ ଆରମ୍ଭ କରାଯାଇ ତା. 31/03/2023 ରିଖରେ ଶେଷ ହେବ। ଏହି ବୈଠକରେ ଜିଲ୍ଲା ପରିଷଦର ସଭାପତି ଇ. ଦେବାଶିଷ ପଟ୍ଟନାୟକ , ଉପଜିଲ୍ଲାପାଳ ଶ୍ରୀ ଶକ୍ତିକାନ୍ତ ରାୟ ,ଜିଲ୍ଲା ଯୋଗାଣ ଅଧିକାରି ଶ୍ରୀ ବ୍ରଜବନ୍ଧୁ ନାୟକ , ରଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ପ୍ରଭାତ କୁମାର ଦଳବେହେରା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ସହକାରୀ ଯୋଗାଣ ଅଧିକାରି ଶ୍ରୀ ଶୁଭରାଜ ସାମନ୍ତରାୟ , ଏ. ଆର. ସି .ଏସ ଶ୍ରୀ ହାଡିବନ୍ଧୁ ମହାକୁଡ଼, ବର୍ଷିଆନ କୃଷକ ନେତା ଶ୍ରୀ ଜଗନ୍ନାଥ ପଣ୍ଡା ଜିଲ୍ଲା କୃଷି ଅଧିକାରୀ ଆର. ଏମ.ସି , ନୟାଗଡ଼ ମିଲର ସଂଘର ସଭାପତି, ଓ ଅନ୍ୟାନ୍ୟ ସଭ୍ୟ ବିଭିନ୍ନ ବ୍ଲକ ର ଯୋଗାଣ ଅଧିକାରୀ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ। ନୟାଗଡରୁ  ବିଷ୍ଠୁପିୟା ଦାସଙ୍କ ସ୍ବତନ୍ତ୍ର  ରିପୋର୍ଟର, ୧୫/୧୧/୨୦୨୨----୯,୩୫ Sakhigopal News,15/11/2022

Blog Archive

Popular Posts