Breaking News

ଡି.ଆର. ସି ମହାବିଦ୍ୟାଳୟରେ ଶିଶୁ ଦିବସ ଅନୁଷ୍ଠିତ; ମୁଖ୍ୟ ଆକର୍ଷଣ ଥିଲେ କୁନି ପ୍ରବଚକ




ଳୟାଗଡ---- ଶିଶୁଦିବସ ଅବସରରେ ଡ଼. ଆର. ସି. ସାମନ୍ତରାୟ ମହାବିଦ୍ୟାଳୟ ରେ ମହା ଆଡ଼ମ୍ବରରେ ଶିଶୁଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଝୁନୁ ଜେନା , ଏବଂ ସମ୍ମାନିତ ଅତିଥି ଗିରିଶ ଚନ୍ଦ୍ର ମିଶ୍ର, କାଳନ୍ଦୀ ଚରଣ ଦାଶ ମହାରାଜ, ହରିହର ରାଉତ ,ସମାଜ ସେବା ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା , ଉପାଧ୍ୟକ୍ଷ ଉମାକାନ୍ତ ବେହେରା ମଞ୍ଚାସିନ ଥିଲେ।
         ଉକ୍ତ ସଭାର ମୁଖ୍ୟ ଆକର୍ଷଣ ଥିଲେ ଆଧ୍ୟାତ୍ମିକ ପ୍ରବଚକ ପ୍ରାର୍ଥନା ଚ୍ୟାନେଲ ର କେଶବ ଦାସ ଦ୍ୱିତୀୟ କୃଷ୍ଣ (କୁନି ପ୍ରବଚକ) । ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କର ଦିବ୍ୟ ପ୍ରବଚନ ଶୁଣିବା ପାଇଁ ଅଗଣିତ ଲୋକଙ୍କର ଜନସମାଗମ ହୋଇଥିଲା ।  କୁନି ପ୍ରବଚକଙ୍କ ଦିବ୍ୟ ପ୍ରବଚନ ରେ ସମଗ୍ର ଜନମାନସ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ସେହି ସମୟରେ ମହାବିଦ୍ୟାଳୟ ର ପରିସରରେ ଏକ ଆଧ୍ୟାତ୍ମିକ  ସୃଷ୍ଟି ହୋଇଥିଲା ।  ପରେ ତାଙ୍କ କରକମଳରେ ବିଦ୍ୟାର୍ଥୀ ମାନଙ୍କର ଉତ୍ତମ ଭବିଷ୍ୟତ ନିମନ୍ତେ ମହାବିଦ୍ୟାଳୟ ରେ ଏକ ନିଯୁକ୍ତ  କକ୍ଷ ର ଉନ୍ମୋଚନ କରାଯାଉଥିଲା। ଯାହା ଆଗାମୀ ଦିନ ରେ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଏବଂ ଅଧ୍ୟକ୍ଷ ଡ଼ ପଣ୍ଡା ଙ୍କର ଏଭଳି ଏକ ଯୁଗପଯୋଗୀ ପଦକ୍ଷେପ ପାଇଁ ବିଧାୟକ ରମେଶ ଚନ୍ଦ୍ର ବେହେରା ଭୁୟସୀ ପ୍ରସଂସା କରିଥିଲେ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୧୧/୨୦୨୨---୧୨,୩୫ Sakhigopal News,15/11/2022

Blog Archive

Popular Posts