Breaking News

ବାଲିଗୁଡ଼ାରେ ତିନି ଦିନ ହେଲା ସହରରେ ବନ୍ଦ ରହିଛି ଜଳ ଯୋଗାଣ; ଲୋକେ ହନ୍ତସନ୍ତ



ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି। ସହର ପାଇଁ ଏ ସମସ୍ୟା ନୁଆ ନୁହେଁ। ଖରା, ବର୍ଷା, ଶୀତ ସବୁ ବେଳେ ସମାନ ପରିସ୍ଥିତି। ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା ବାବଦରେ ପଚାରିଲେ କିଛି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। କେତେବେଳେ ମୋଟର ପୋଡ଼ିଯାଇଛି ତ ଆଉ କେତେବେଳେ ଟାଙ୍କିରେ ପାଣି ନାହିଁ ବୋଲି ଉତ୍ତର ମିଳୁଥିବା କହନ୍ତି କର୍ମଚାରୀ। ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମାନି କାର୍ଯ୍ୟ କଳାପ ଏବଂ ଇଛାଶକ୍ତି ଅଭାବରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଛନ୍ତି ଜନସାଧାରଣ । ଏଭଳି ପରିସ୍ଥିତିରେ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବ କିଏ..? । ଆଜକୁ ତିନି ଦିନ ବିତିଲାଣି ସହରରେ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଟୋପେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଜଳଯୋଗାଣ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଲୋକମାନେ କହନ୍ତି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୪/୧୧/୨୦୨୨---୮,୧୦ Sakhigopal News,24/11/2022

Blog Archive

Popular Posts