Breaking News

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ



ନୟାଗଡ-----: ନଭେମ୍ବର ମାସ ୧୬ତାରିଖ ସାରା ଭାରତ ବର୍ଷ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଏହି ଅବସରରେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷ ରୁ ନୟାଗଡ ପଞ୍ଚାୟତ ସମିତି ସଭା ଗୃହ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ନୟାଗଡ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ନୟାଗଡ ଜିଲ୍ଲା ର ୮ ଗୋଟି ବ୍ଲକ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଏ ଅବସରରେ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ସାମ୍ବାଦିକ ନିଶିକାନ୍ତ ରଥ,ରାମକୃଷ୍ଣ ରଥ,ଗୋକୁଳ ଷଡ଼ଙ୍ଗୀ,ହୁସେନ ଖାନ୍,ଆଲୋକ ସେନାପତି,ଜୟେନ୍ଦ୍ର ବେହେରା,ଶୁଭେନ୍ଦୁ କୁମାର ଦାସ ଏକାଧାରାରେ ସାମ୍ବାଦିକ ତଥା  ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଏବଂ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲା ସମ୍ପାଦକ ନିରଞ୍ଜନ ଦାସ ଙ୍କ ସୂକନ୍ୟା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନ ରେ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ  ଉଚ୍ଚ କୋଟିର ବକ୍ତବ୍ୟ ରଖିଥିଲେ ।
ଏହି ବକ୍ତବ୍ୟକୁ ଶୁଣି ସମସ୍ତ ସାମ୍ୱାଦିକଙ୍କ ଆଖି ଅଶ୍ରୁ ରେ ପରିପୂର୍ଣ୍ଣ ହୋଇଯାଇଥିଲା । ବିଶେଷ ଭାବେ ସାମ୍ବାଦିକ ମାନଙ୍କ ସୁରକ୍ଷା ସମ୍ପର୍କରେ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଗାମୀ ବିଧାନ ସଭା ସମୟ ରେ ରାଜ୍ୟ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ବିଧାନ ସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଥିଲେ । ଏ ଅବସରରେ ରାଷ୍ଟ୍ର ଗଠନ ରେ ପୂର୍ବ ଓ ପର ସମୟ ରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ  ସାମ୍ବାଦିକ ମାନେ ଖବର ପ୍ରସାରଣ ପୂର୍ବରୁ ବିଭାଗୀୟ ଅଧିକାରୀ ମାନଙ୍କ ମତାମତ ନେବା, ନେଗେଟିଭ ଖବର  ଅପେକ୍ଷା ଜିଲ୍ଲାର ଭଲ ଭଲ ଖବର ପ୍ରସାରଣ ପାଇଁ ଜିଲ୍ଲାପାଳ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଫଳରେ ରାଜ୍ୟରେ ଆମ ଜିଲ୍ଲାର ସୁନାମ ବଢ଼ି ପାରିବ ବୋଲି ମତବ୍ୟକ୍ତ କରିବା ସହ ସାମ୍ବାଦିକ ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରହିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟତମ ଅତିଥିଭାବେ ନୟାଗଡ ବିଡ଼ିଓ ପଦ୍ମ ଚରଣ ସାହୁ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ସଭା ପରିଚାଳନା କରିଥିଲେ ।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୧୧/୨୦୨୨----୬,୪୫ Sakhigopal News,17/11/2022

Blog Archive

Popular Posts