Breaking News

୧୨ଦଫା ଦାବୀରେ ବାଲିଗୁଡା ମେଡିକାଲ ସମ୍ମୁଖରେ ଆଶାକର୍ମିଙ୍କ ଧାରଣା ସହ ବିକ୍ଷୋଭ


 
କନ୍ଧମାଳ--- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ସମୁଖରେ ଆଶାକର୍ମୀ ଙ୍କ ଧାରଣା ଓ ବିକ୍ଷୋଭ କରିଛନ୍ତି ।ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଓଡିଶା ଆଶାକର୍ମୀ ସଂଘ ଗତକାଲି ରାଜଧାନୀରେ ଦାବୀ ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ବାଲିଗୁଡା ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି  ।୧୨ଦଫା ଦାବୀରୁ ସରକାର ୭ଗୋଟି ଦାବୀକୁ ତୁରନ୍ତ ପୂରଣ କରନ୍ତୁ ବୋଲି ଆଶାକର୍ମୀ ମାନେ ଧାରଣାରେ ବସିଥିବା କହିଛନ୍ତି ।୧୨ଦଫା ଦାବୀ ମଧ୍ୟରୁ  ଜାତୀୟ ସ୍ବାସ୍ଥ୍ୟମିଶନକୁ ସ୍ଥାୟୀ କରିବା,ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ୧୮.୦୦୦ହଜାର ଦରମା ପ୍ରଦାନ ଓ ଇ,ପି,ଏଫ ,ଇ,ଏସ,ଆଇ,ସି ରେ ସାମିଲ ସହିତ ଗ୍ରାଚୁଇଟି ପ୍ରଦାନ । ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ନଦେବା ପଯ୍ୟନ୍ତ ଅବସର ନେଉଥିବା କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ଭତ୍ତା ପାଞ୍ଚହଜାର ପ୍ରଦାନ। ଡ୍ୟୁଟି ସମୟରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କା ସହିତ ପରିବାରର ଜଣଙ୍କୁ ନିଯୁକ୍ତୀ ଦିଆଯାଉ ।ଯୋଗ୍ୟତା ଭିତ୍ତିରେ ଆଶାକର୍ମିଙ୍କୁ ଏ,ଏନ,ଏମ ଭାବରେ  ପଦୋନ୍ନତୀ ।ସମସ୍ତ ଜିଲ୍ଲାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାଗୃହ ଯୋଗାଇ ଦିଆଯାଉ ।କୋଭିଡରେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀ ମାନଙ୍କ ପରିବାରକୁ ସରକାର ଘୋଷଣା କରିଥିବା ଅର୍ଥ ରାଶି ତୁରନ୍ତ ପ୍ରଦାନ କରାଯିବାକୁ ଦାବୀ କରିଛନ୍ତି ଆଶାକର୍ମୀ ମାନେ  ।ଦାବୀ ପୂରଣ ନ ହେଲା ପଯ୍ୟନ୍ତ ଅନିଦ୍ଦିଷ୍ଟ କାଳ ପଯ୍ୟନ୍ତ ଧାରଣା ଓ ବିକ୍ଷୋଭ ଚାଲିବ ବୋଲି କହିଛନ୍ତି ଆଶାକର୍ମୀ ସଂଘର ସଭାନେତ୍ରୀ ଓ ଆଶାକର୍ମୀ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୧୧/୨୦୨୨----୫,୨୦ Sakhigopal News,30/11/2022

Blog Archive

Popular Posts