Breaking News

ବାଉଁଶପୁଟ ପଞ୍ଚାୟତରେ ବିଜେଡି ଦଳର ମିଶ୍ରଣ ପର୍ବ



କଟକ----ଆଜି ବାଙ୍କୀ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଗ୍ରାମ ପଞ୍ଚାୟତର ବିଜେଡି ଦଳର ମିଶ୍ରଣ ପର୍ବ ବଡମ୍ବା ମହାକାଳୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଦଳ ପରିତ୍ୟାଗ କରି ମଣିପୁର ଗ୍ରାମର ନୀଳମଣି ବଳ, ଗୋବର୍ଦ୍ଧ ବଳ, ନବକୁମାର ବଳ, ଧନେଶ୍ୱର ବଳ, ସୁଧାକର ବଳ, ସନାତନ ସାହୁ, ଶରତ ପ୍ରଧାନ, ଛବିନ୍ଦ୍ର ରାଉତ, ପିତବାସ ବଳ, ଶ୍ରୀନିବାସ ପତି, ଇନ୍ଦ୍ରମଣି ପତି, ହୃଦାନନ୍ଦ ପରିଡା, ବାବୁଲି ପ୍ରଧାନ, ବାବା ପ୍ରଧାନ, ବଳଭଦ୍ର ପ୍ରଧାନ, ସର୍ବେଶ୍ୱର ସାହୁ, ପାଳକୁଟ ଗ୍ରାମର ସୁଧାକର ପାତ୍ର, ଗୌଡପଦା ଗ୍ରାମର ଦେବରାଜ ପ୍ରଧାନ ପ୍ରମୁଖ ୧୮ଜଣ ବିଜେଡି ଦଳରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ବିଜେଡି ଦଳରେ ସ୍ୱାଗତ କରାଯାଇ ଦଳରେ ଗ୍ରହଣ କରାଯାଇଛି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨---୧୦-୨୦ Sakhigopal News,29/11/2022

Blog Archive

Popular Posts