Breaking News

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ ୟୁନିଟ୍ ପକ୍ଷରୁ ବୃକ୍ଷରୋପଣ

 
ଡେଲାଙ୍ଗ ---  ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ ୟୁନିଟ୍ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଅଞ୍ଚଳ ର  ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ନିମନ୍ତ୍ରୀତ ଅତିଥି ଭାବରେ ଯୋଗଦେଇ ସ୍ୱେଛାସେବୀ ମାନଙ୍କ ସହିତ ବୃକ୍ଷରୋପଣ କରିବା ସହିତ ବିଶ୍ୱତାପାୟନ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ପରିସର ରେ ପେସ୍ତା ବାଦାମ, ବଉଳ,ଚମ୍ପା ଆଦି ବୃକ୍ଷରୋପଣ କରାଯାଇଥିଲା। ମହାବିଦ୍ୟାଳୟ ର ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୟୁନିଟ୍ ସ୍ୱେଛାସେବୀ  ରେଡକ୍ରସ୍ରର ସ୍ୱେଛାସେବୀ ଅମୀୟ ପ୍ରଧାନ,ଆକାଶ ପ୍ରଧାନ,ରାଧାମୋହନ ଦାସ,ଶୁଭଲକ୍ଷ୍ମୀ ବାହିନିପତୀ, ସୋନାଲିନ ଆଚାର୍ଯ୍ୟ,ବୈଜଯନ୍ତୀ ପ୍ରଧାନ ଓ ସୋନାଲି ମଲ୍ଲିକ ଓ ମହାବିଦ୍ୟାଳୟ ର କର୍ମଚାରି ସମ୍ରାଟ କିଶୋର ଗିରି ,ରମାକାନ୍ତ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କରି ପୂର୍ବପରି ଏହାର ଯତ୍ନ ନେବା ନିମିତ୍ତେ ସଂକଳ୍ପ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୧/୨୦୨୨----୯,୧୦ Sakhigopal News,21/11/2022

Blog Archive

Popular Posts