ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୭୦ ଗ୍ରାମ ଧଳାଜହର ଜବତ
ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ମେରାଇନଥାନା ଅଧୀନ ହୋଟେଲ ତୋଷାଳୀ ସମ୍ମୁଖ ରାସ୍ତାରେ ଚଢ଼ାଉକରି ମନୋଜ ବେହେରା ,ବୟସ -୨୬ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ ୭୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଛନ୍ତି। ପୁରୀ ଜିଲ୍ଲା ସଦର ରେଞ୍ଜର କେସ ନଂ -୭୨/22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭,୦୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ବିନୋଦ କୁମାର ବାସ୍କେ,ନାରାୟଣ ବେହେରା, ସ୍ୱଂପ୍ରଞ୍ଜା ଶୁଭଦର୍ଶିନୀ ,ASI ସନ୍ତୋଷ କୁମାର ନାୟକ ,ପୁର୍ଣ୍ଣଚନ୍ଦ୍ର ନାୟକ,ଏବଂ କର୍ମଚାରୀ ସଞ୍ଜୀବ ହସ୍ତୀ, ରୀତାରାଣୀ ସେଠୀ, ଏସ .କେ ୱରିସ,ଅଭିଜିତ ପ୍ରଧାନ,ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧୧/୨୦୨୨--୯,୨୦ Sakhigopal News,30/11/2022