ବୃକ୍ଷଦେବତାଙ୍କୁ ପଢୁଆଁ କଲେ ଆଇନଜୀବୀ; ହୃଷୀକେଶ
ଡେଲାଙ୍ଗ ------ଆଜି ପ୍ରଥମାଷ୍ଟମୀ ପାଳନ ଅବସରରେ ନିଜେ ପଢୁଆଁହେବାପରେ ବୃକ୍ଷଦେବତାଙ୍କୁ ପଢୁଆଁ କରିଛନ୍ତି ଆଇନଜୀବୀ ତଥା " ଗଛ ହସିଲେ ଜଗତ ହସେ 'ପୁସ୍ତକର ଲେଖକ ହୃଷୀକେଶ ପାଢ଼ୀ । ଗଛ ଆମ ପୃଥିବୀ ପାଇଁ ଅପରିହାର୍ଯ୍ୟ । ଗଛ ବିନା ଜୀବନ ନାହିଁ ବୋଲି ବଡ଼ ବଡ଼ ବୈଜ୍ଞାନିକ ମାନେ ମତପ୍ରକାଶ କରିଛନ୍ତି।କାହିଁ କେଉଁ ଅନାଦି କାଳରୁ ବୃକ୍ଷ ପୃଥିବୀ ପୃଷ୍ଠରେ ମାନବ କଲ୍ୟାଣ ହିତରେ ରହି ଆସିଛି । ଏମାନଙ୍କର ଯଥୋଚିତ ସମ୍ମାନ କରିବା ଆମ ସମସ୍ତଙ୍କର ସର୍ବାଦୌ କର୍ତ୍ତବ୍ୟ ।ବର୍ତ୍ତମାନ ଜଳବାୟୁ ପରିବର୍ତନର ପ୍ରମୁଖ କାରଣ ହେଉଛି ଜଙ୍ଗଲ କ୍ଷୟ । ଏହି ଅବସରରେ ଆମ୍ଭର ତ୍ରାଣକର୍ତ୍ତା ବୃକ୍ଷଙ୍କୁ ସମ୍ମାନ ଦେବାସହ ଅଧିକ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ପାଇଁ ଶ୍ରୀ ପାଢ଼ୀ ନିବେଦନ କରିବା ସହ ଜନସଚେତନତା ସୃଷ୍ଟି କରିଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୧/୨୦୨୨----୭,୧୦ Sakhigopal News,16/11/2022