ସାକ୍ଷୀଗୋପାଳ କଲେଜ ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବିଧାନ ଦିବସ ପାଳନ :-
ସାକ୍ଷୀଗୋପାଳ :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠାନର ସଭାଗୃହରେ ଶନିବାର ସମ୍ବିଧାନ ଦିବସ ପାଳନ ସହ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା । ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତୀୟ ସମ୍ଭିଧାନ ରଚନାର ଇତିହାସ ଓ ପୃଷ୍ଠଭୂମି ସମ୍ବନ୍ଧରେ ଅଧ୍ୟକ୍ଷ ଅବଗତ କରିବା ସହ ଭାରତୀୟ ସମ୍ବିଧାନ ଆମ ମହାନ ଗୌରବମୟ ସଂସ୍କୃତି, ତା'ର ଅନନ୍ୟ ବିବିଧତା ଓ ବୈଚିତ୍ର ପ୍ରତିଫଳନ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜସ୍ଥିତ ପୋର୍ଟ ବ୍ଲେୱାର ଜବାହାରଲାଲ ନେହେରୁ ରାଜକୀୟ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ରନାଥ ରଥ ଯୋଗଦେଇ ନିଜ ଅଭିଭାଷଣରେ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିବାକୁ ଯାଇ "East and west UGSM is Best" ବୋଲି ଅଭିହିତ କରିବା ସହିତ ଭାରତୀୟ ସମ୍ବିଧାନ ଇତିହାସର ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିଥିଲେ । ସଂମ୍ମାନୀତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଆଣ୍ଡାମାନ ଟାଗୋର ସରକାରୀ ଶିକ୍ଷା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଡ଼ଃ ରଥଙ୍କ ସହଧର୍ମିଣୀ ଡ଼ଃ ନିରୁପମା ରଥ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମ୍ବିଧାନର ମାର୍ଗ ଅନୁସରଣ କରିବା ଓ ଭବିଷ୍ୟତ ଜୀବନରେ ଏକ ଆଦର୍ଶ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗର ଛାତ୍ରଛାତ୍ରୀମାନେ ବେଦ ଧ୍ୱନି ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ପ୍ରଫେସର ଅମରନାଥ ପାଲ୍ ଙ୍କ ତତ୍ୱାବଧାନରେ ସମ୍ବିଧାନର ମୁଖବନ୍ଧକୁ ସମୂହ ଭାବେ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜନିଜର ବକ୍ତବ୍ୟ ରଖିଥିଲେ । ବିଭାଗୀୟ ମୁଖ୍ୟ ପ୍ରଫେସର ରତ୍ନାକର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ବଡ଼ବାବୁ ଶ୍ରୀଯୁକ୍ତ ରାଜକିଶୋର ପତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଛାତ୍ରୀ ସୁଚିତ୍ରା ସ୍ୱାଇଁ, ରୀତିକା ରଥ ଓ ଜ୍ୟୋତ୍ରୀମୟୀ ପ୍ରଧାନ ନିଜନିଜର ନୃତ୍ୟ ପରିବେଷଣ କରିବା ସହ ଛାତ୍ର ମନୋଜ କୁମାର ବେହେରା ନିଜର ସୁମଧୁର କଣ୍ଠରୁ ସୁନ୍ଦର ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୧/୨୦୨୨---୮,୧୦ Sakhigopal News,26/11/2022
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୧/୨୦୨୨---୮,୧୦ Sakhigopal News,26/11/2022