ବାରିପଦାରେ ମାରୁତି ସେନାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭଞ୍ଜନଗର---- ମୟୁରଭଞ୍ଜ ଜିଲ୍ଲାର ବାରିପଦା ରୋଟାରି କ୍ଲବ ପରିସରରେ ମାରୁତି ସେନାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ର ମହାରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା ,ବାରିପଦା ଅଧ୍ୟକ୍ଷ ବାଦଲ ମହାନ୍ତି,ପୂର୍ବତନ S. P ଦିଲୀପ କୁମାର ଦାସ,ଝାରଖଣ୍ଡ ମୁକ୍ତି ମୋର୍ଚା ର ରାଜ୍ୟ ଉପ ସଭାପତି ଟୁଟୁ ଦାସ ,ମାରୁତି ସେନା ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜିତ ରାଉତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲାର ମାରୁତି ସେନାର ଲିଡର ମାନେ ଯୋଗଦେଇଥିଲେ । ବେବିନା ପ୍ରଧାନ, ସୁଲୋଚନା ସାହୁ,ଦୋଳିଆ ସାହୁ,ବାନା ଭାଇ,ସୁସେନ ଭାଇ,ଲତା ଦିଦି,ଗୁଡ଼ୁ, ପ୍ରଶାନ୍ତ. ସାଗର,ଆଲୋକ, ମାମାଲି,ଇନ୍ଦ୍ରମଣି ଭାଇ.ମହାଦେବ କଳତା.ପ୍ରଶାନ୍ତ ଖଣ୍ଡୁଆଳ ବୈଠକ ପରିଚାଳନା କରିଥିଲେ । ମୟୁରଭଞ୍ଜ ଜିଲ୍ଲା ସଭାନେତ୍ରୀ ଶୁଭସ୍ମିତା ବେହେରା ରଂଜିତ ରାଉତ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାର ସମାଜ ସେବି ଭାଇ ଓ ଭଉଣୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଆଗକୁ କିଭଳି ମୟୁରଭଞ୍ଜ ଜିଲାରେ ଆହୁରି ଅଧିକ ସେବା ଯୋଗେଇ ହେବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଆଗ୍ରହୀ ଯୁବକ ଯୁବତୀ ସ୍ୱତଃ ପ୍ରବୃତ ଭାବରେ ମୟୁରଭଞ୍ଜ ମାରୁତି ସେନାରେ ଯୋଗଦାନ କରିଥିଲେ। ସେବା କରିବା ପାଇଂ ଶପଥ ନେଇଥିଲେ। ଶେଷରେ ମାରୁତି ସେନାର ରାଜ୍ୟ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୧/୨୦୨୨---୫,୧୦ Sakhigopal News,30/11/2022