Breaking News

ବଣୁଆ ହାତୀଙ୍କ ସୁରକ୍ଷା ପାଇଁ , ଉଦଘାଟିତ ହେଲା ସଚେତନ ରଥ



ଭଞ୍ଜନଗର -  ବଣୁଆ ହାତୀଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ସଚେତନତା ରଥ ବାହାରିଲା । ଏହି ରଥ ବିଭିନ୍ନ ଗ୍ରାମରେ ହାତୀ ମାନଙ୍କ ସୁରକ୍ଷା ବାର୍ତ୍ତା ପ୍ରଚାର କରାଯିବ। ବିଶେଷ କରି ଦୁର୍ବୃତ୍ତ ଙ୍କ ଦ୍ଵାରା ପ୍ରାୟୋଜିତ ବିଦ୍ୟୁତ୍ ତାର ରେ ଛନ୍ଦି ହୋଇ ହାତୀଙ୍କ ମୃତ୍ୟୁ ଘଟଣା କୁ ରୋକିବା ପାଇଁ , “ସୁରକ୍ଷା ସଚେତନ ରଥ” ପରିକ୍ରମା ଆରମ୍ଭ ହୋଇଛି ।  ଏନେଇ ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ , ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସଚେତନ ରଥର ଉଦଘାଟନ ହୋଇଛି । ବିଦ୍ୟୁତ୍ ବିଭାଗ ତଥା TPSODL ଆନୁକୁଲ୍ୟରେ ପ୍ରସ୍ତୁତ , ସଚେତନ ରଥକୁ ଉଭୟ ବନଖଣ୍ଡିୟ ଅଧିକାରୀ ଏବଂ ବିଦ୍ୟୁତ ବିଭାଗ ର ଅଧିକାରୀ ଉଦଘାଟନ କରିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ଦୁର୍ବୃତ୍ତ ମାନେ ବିଦ୍ୟୁତ ତାର ଲଗାଉଛନ୍ତି । ଫଳରେ ବନ୍ୟଜନ୍ତୁ ସହ ହାତୀଙ୍କ ର ମଧ୍ୟ ମୃତ୍ୟୁ ହେଉଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ରୋକିବା ପାଇଁ ବନବିଭାଗ ଓ ବିଦ୍ୟୁତ ବିଭାଗର ମିଳିତ ସହଯୋଗରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ଏହାଦ୍ବାରା ଲୋକେ ସଚେତନ ହେବେ ଏବଂ ବିଦ୍ୟୁତକୁ ଅସ୍ତ୍ର ପରି ବ୍ୟବହାର କରି ବନ୍ୟଜନ୍ତୁ ଶିକାର ରୋକାଯାଇ ପାରିବ ବୋଲି ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ କହନ୍ତି । ଉଦଘାଟନୀ କାର୍ଯ୍ୟକ୍ରମ ରେ ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୨---୮,୫୫ Sakhigopal News,19/11/2022

Blog Archive

Popular Posts