Breaking News

ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ପ୍ରତିଭା ଅନ୍ୱେଷଣ ଅଭିଯାନ


କଟକ- ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଆଗାମୀ ଜନରାଜ୍ୟ ଦିବସରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବାଙ୍କୀ ଉପଖଣ୍ଡର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଓଡ଼ିଆ ଭାଷା ସାହିତ୍ୟରେ ଯୁବ ପିଢୀମାନଙ୍କ ସଂପର୍କରେ” ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯିବ । ପୁରଷ୍କୃତ ସମସ୍ତ ପ୍ରତିଯୋଗୀମାନଙ୍କୁ ସ୍ୱନକ୍ଷତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ସୂଚନା ଦେଇଛନ୍ତି । ଆଜି ପ୍ରତିକ୍ଷା ସାହିତ୍ୟ ଓ ସେବା ପ୍ରତିଷ୍ଠାନ ସହଯୋଗରେ ପ୍ରାରମ୍ଭିକ ସ୍ତରରେ  କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠାନ ହୋଇଥିଲା । ଓଡ଼ିଆ ଅଧ୍ୟାପିକା ମମତା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ଆଗ୍ରହକୁ ସମସ୍ତେ ପ୍ରଶଂସା କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିରୁ ମୁହଁ ଫେରାଉଥିବା ଯୁବ ସମାଜକୁ ଏଭଳି ନିଆରା କାର୍ଯ୍ୟକ୍ରମ  ନିଶ୍ଚିତ ସାହିତ୍ୟାନୁମୁଖୀ କରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନନ୍ଦ ଛାଟୋଇ ବକ୍ତବ୍ୟ ରଖିଥିଲେ । ବିଚାରକ ଭାବରେ ଶିକ୍ଷା ବିଭାଗ ଅଧ୍ୟାପିକା ରାକା ଦାସ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତୃପ୍ତି ମହାପାତ୍ର, ଓଡ଼ିଆ ଅଧ୍ୟାପିକା ଦୀପ୍ତିମୟୀ ମହାପାତ୍ର ରହିଥିଲେ । ପ୍ରତିକ୍ଷା ପରିବାରର ସମ୍ପାଦକ ସୁବ୍ରତ କୁମାର ନାୟକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ କରାଯାଇଥିଲା । ସଂସଦର ଉପଦେଷ୍ଟା ଲଲାଟେନ୍ଦୁ ପଣ୍ଡା ଓ ସମ୍ପାଦକ ବାବୁଲି ରଣା ନୂତନ ପ୍ରତିଭାମାନଙ୍କୁ ସ୍ୱାଗତ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨----୧୦,୪୫ Sakhigopal News,29/11/2022

Blog Archive

Popular Posts