ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
କଟକ---- ପ୍ରଦ୍ୟୁମ୍ନ ଜଣେ ବ୍ୟକ୍ତି ନୁହେଁ, ଏକ ଅନୁଷ୍ଠାନ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ରାଜ୍ୟ ସମାଜମଙ୍ଗଳ ହୁଣ୍ଡି ପରିବାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନାଗରିକ ମହାମଞ୍ଚ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଭାଷା ଆନ୍ଦୋଳନର ସଭାପତି ଏବଂ " ସୁବାର୍ତ୍ତା" ର ଯଶସ୍ବୀ ସମ୍ପାଦକ ସମ୍ମାନନୀୟ ପ୍ରଦ୍ୟୁମ୍ନ ଶତପଥୀ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଯୁବ ସମାଜସେବୀ ନିରଞ୍ଜନ ସାହୁଙ୍କ ବିବାହ ଉତ୍ସବରେ ପ୍ରଦ୍ୟୁମ୍ନ ଶତପଥୀ ଦ୍ୱାରା ଶୁଭାରମ୍ଭ ହୋଇଥିବା ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ହୁଣ୍ଡିରୁ ମୋଟ ୧୯ ହଜାର ଦୁଇଶହ ୧୨ ଟଙ୍କା ବାଙ୍କୀ ଅଞ୍ଚଳର ଜଣେ ଅସହାୟ ଆଠବର୍ଷ ର କର୍କଟ ପୀଡିତ ବାଳିକା ଜ୍ୟୋସ୍ନାରାଣୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ହୁଣ୍ଡି ଭାଙ୍ଗିଥିଲେ । ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ , ଏସିପି ବିଷ୍ଣୁ ପ୍ରସାଦ ପାତ୍ର ,ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନ, ଶୁଭେନ୍ଦୁ ମହାପାତ୍ର, ସତ୍ୟବ୍ରତ ଦାଶ, ମୁକେଶ ରାଉତ ସମାଜସେବୀ ସସ୍ମିତା ଦାସ , ସ୍ତମ୍ଭକାର ଡ଼ା ବନ୍ଦନା ହରିଚନ୍ଦନ , ବିଜେଡି ମୁଖପାତ୍ର ଅନୁପମା ଦାସ , ସମାଜସେବୀ ସଙ୍ଗୀତା ଦାସ , ଯାଆଁଳ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରସନ୍ନ ନାୟକ, ବାଙ୍କୀ ପ୍ରଗତି ପରିଷଦ ର ସଭାପତି ନୀଳମୋହନ ତ୍ରିପାଠୀ, ବ୍ଲକ୍ ଅଧକ୍ଷ ପ୍ରଣବ କିଶୋର ପଟେଲ ଓ ସମାଜସେବୀ ଧୀରେନ ରାଉତରାୟ ପ୍ରମୁଖ ଯୋଗଦେଇ ପ୍ରଦ୍ୟୁମ୍ନ ସତପଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହ ପୂଜ୍ୟପୂଜା କାର୍ଯ୍ୟକ୍ରମ ର ଅଗ୍ରଣୀ ଯୋଦ୍ଧା ମାନଙ୍କୁ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ନାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଂଯୋଜକ ତଥା ସମାଜମଙ୍ଗଳ ହୁଣ୍ଡିର ପପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା ।