ସ୍ବତନ୍ତ୍ର ଭୋଟର ସଂଶୋଧନ ଏବଂ ପଞ୍ଜିକରଣ ସଚେତନତା ପ୍ରଶିକ୍ଷଣ କର୍ମଶାଳା
ଭଞ୍ଜନଗର-- ଭଞ୍ଜନଗର ଉପଖଣ୍ଡରେ ଥିବା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ କ୍ଷତ୍ରିୟବରପୁରଠାରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କ ସଚେତନତା ପାଇଁ ସ୍ୱତନ୍ତ୍ର ସଂଶୋଧନ ଓ ନୂତନ ଭୋଟରଙ୍କ ପଞ୍ଜିକରଣ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାଏ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଦେଶର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାଇ ୧୭ବର୍ଷରୁ ଉର୍ଦ୍ଧ୍ୱ ବୟସ ହୋଇଥିବା ଯୁବକ ଓ ଯୁବତୀମାନଙ୍କୁ ନୂତନ ଭୋଟର ତାଲିକାରେ ନିଆଯିବ । ଏଥିପାଇଁ ନିର୍ବାଚନ କମିଶନ ୪ଟି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୨୦୨୩ ଜାନୁଆରୀ ପହିଲା, ଏପ୍ରିଲ ପହିଲା, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ଏଭଳି ୪ଟି ଧାର୍ଯ୍ୟ ତାରିଖ ମଧ୍ୟରେ ଯେଉଁମାନଙ୍କ ବୟସ ୧୮ ହେଉଥିବ ସେମାନେ ଆଗୁଆ ନୂତନ ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିପାରିବେ । ଏଥିସହ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ନାମ ବାଦ ଦେବା, ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ କରିବା ଆଦି କାର୍ଯ୍ୟ ମଧ୍ୟ କରାଯାଇପାରିବ । ନୂତନ ଯୁବ ଭୋଟରମାନେ ଏହାର ସୁଯୋଗ ନବା ଉଚିତ ବୋଲି ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାଏ କହିଛନ୍ତି । କଲେଜ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷିକ ସୁନୀଲ ପ୍ରାଞ୍ଜଳଭାବେ ବୁଝାଇ ଭୋଟର ପଞ୍ଜିକରଣ କରିବାର ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ଜି ଗୋବିନ୍ଦ ରାଓ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଭୋଟରର ଉପାଦେୟତା ବିଷୟରେ ବୁଝାଇଥିଲେ । ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାରମ୍ଭିକ ସୂଚନା ଦେବା ସହ ପିଲାମାନଙ୍କୁ ନିଜର ଭୋଟର ପଞ୍ଜିକରଣ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଗଣିତ ପ୍ରଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ଭୋଟର ସହାୟକ କେନ୍ଦ୍ର କର୍ମଚାରୀ ମୁକ୍ତିକାନ୍ତ ନାୟକ ପ୍ରଭୃତି ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୨---୯,୨୦ Sakhigopal News,17/11/2022