ଜିଲ୍ଲାର ବିଭିନ୍ନ ବ୍ଳକର ଅଧିକାରୀ ମାନଙ୍କର ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର କ୍ଷେତ୍ର ପରିଦର୍ଶନ
ସାକ୍ଷୀଗୋପାଳ ---- ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଯୋଜନା ଓ ସଂଯୋଜନା ବିଭାଗ ଦ୍ୱାରା ଆୟୋଜିତ ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକର ପ୍ରଶାସନ ଅଧିକାରୀ ମାନେ ଶୁକ୍ରବାର ଦିନ ପେଣ୍ଠପଡା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଏଥିରେ କଣାସ, ଡେଲାଙ୍ଗ, ପିପିଲି, କାକଟପୁର ଓ ଅସ୍ତରଙ୍ଗ ବ୍ଳକର ବିଡିଓ ମାନଙ୍କ ସହିତ ବିଭିନ୍ନ ଅଧିକାରୀ ମାନେ ସତ୍ୟାବଦି ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହା ସହିତ ଅଧିକାରୀ ମାନେ ତିନି ଭାଗ ହୋଇ ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା, ଅହମ୍ମଦପୁର ଓ ବଡ କାଞ୍ଜିଆ ଗ୍ରାମକୁ ଗସ୍ତ କରିଥିଲେ । ଗ୍ରାମରେ ମହିଳା ଓ ପୁରୁଷ ମାନଙ୍କ ସହିତ ଏକ ଆଲେଚନା କରିଥିଲେ । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିବେଶ ଓ ମହିଳା ମାନେ ସ୍ୱାବଲମ୍ବୀ ସମ୍ପର୍କରେ ଆସିଥିବା ଅଧିକାରୀ ମାନେ ଆଲେଚନା କରିଥିଲେ । ଅଧିକାରୀ ମାନଙ୍କୁ ସତ୍ୟବାଦୀ ବିଡିଓ ଲୋଚନ ଦାଶ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ, ଗ୍ରାମ ରୋଜଗାର ସେବକ ଦୀପ୍ତିମୟୀ ସେଠୀ , ସମିତିସଭ୍ୟ ସୁମନ୍ତ ଘଟୁଆରୀ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିପିଓ ସୌଭାଗ୍ୟ ରଞ୍ଜନ କର, ଅଙ୍ଗନୱାଡି କର୍ମୀ, ଆଶାଦିଦି ଓ ପଞ୍ଚାୟତର ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ବାହାର ବ୍ଳକରୁ ଆସିଥିବା ଅଧିକାରୀ ମାନେ ପେଣ୍ଠପଡା ପଞ୍ଚାୟତର କଲ୍ୟାଣମଣ୍ଡପ ପରିସରରେ ଏକ ଆଲେଚନା ସଭା କରିଥିଲେ ।
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୨୫/୧୧/୨୦୨୨---୮,୧୦ Sakhigopal News, 25/11/2022