Breaking News

ସତ୍ଯବାଦୀ ରେ ରାଜ୍ୟ ସ୍ତରୀୟ ପଶାଖେଳ ପ୍ରତିଯୋଗିତା



ସାକ୍ଷୀଗୋପାଳ----- : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ମାଳିସାହି ମହାବୀର ମନ୍ଦିର ପ୍ରାଙ୍ଗଣରେ  ରାଜ୍ୟ ସ୍ତରୀୟ ପାରମ୍ପାରିକ ପଶାଖେଳ ଅନୁଷ୍ଠିତ ହୋଇଯାଇଛି ।  ଅତିଥି ଭାବେ ଆଇନଜୀବୀ ରାମଶଙ୍କର ନନ୍ଦ, ଅନୁଷ୍ଠାନ ର ସଭାପତି ପ୍ରଫୁଲ୍ଲ ଜେନା, ଉପେନ୍ଦ୍ର ଯାଦବ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସାକ୍ଷୀଗୋପାଳ, କଣାସ, ଡେଲାଙ୍ଗ, ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ସୁନାଖଳା ଆଖପାଖ ଅଞ୍ଚଳର  ୩୨ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ।  ସୋମବାର   ସଂଘ ପକ୍ଷରୁ ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିଲା। ସୁନାଖଳାର ଜିତେନ୍ଦ୍ର କୁମାର ସୁନ୍ଦରାୟ,ବିଲପାଟଣା ସୁବାସ ଚନ୍ଦ୍ର ମହାପାତ୍ର ଚମ୍ପିୟାନ ଓ ପାଇକମରା ର ମନୋରଞ୍ଜନ ସାମନ୍ତସିଂହାର, ରାଜୀବ ସାହୁ ରନର୍ସ ଅପ ହୋଇଥିଲେ। ଅଳଗୁମ ମାଳିସାହି ଗ୍ରାମବାସୀ ବୃନ୍ଦ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧୧/୨୦୨୨---୮,୧୦ Sakhigopal News,27/11/2022

Blog Archive

Popular Posts