Breaking News

>>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ପଟ୍ଟନାୟିକିଆ ଛକରେ ଲୁନା ଓ ବାଇକି ଧକ୍କ; ବାଇକ ଚାଲକଙ୍କର ମୃତ୍ୟୁ



    ସାକ୍ଷୀଗୋପାଳ ----  ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ରାସ୍ତା ପାର ହେବା ସମୟରେ ଲୁନାକୁ ଧକ୍କା ହେଇଥିଲା ଏକ ମଟର ସାଇକେଲ । ଏହି ମଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ମଟର ସାଇକେଲ ଆରୋହୀ ଜଣଙ୍କ ଦାଣ୍ଡମକୁନ୍ଦପୁର ଗ୍ରାମର ନନ୍ଦୁ ଦାସ, ବୟସ(୨୫) ବୋଲି ଜଣାପଡିଛି । ସେ ପୁରୀ ଅଭିମୁଖେ ଯାଉଥିବା ସମୟରେ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ରାଜ କିଶୋର ସେଠୀ ଏକ ଲୁନା ମଟର ସାଇକେଲ ଯୋଗେ ପଟ୍ଟନାୟିକିଆ ଛକ ପାରି ହୋଇ ସୁଆଣ୍ଡୋ ରାସ୍ତାକୁ ଯାଉଥିବା ସମୟରେ ମଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେକି ଦୁଇଜଣ ଯାକ ରାସ୍ତାରେ ଛିଟିକି ପଡିଥିଲେ । ସେ ସମୟରେ ସେଠାରେ ଜାତୀୟ ରାଜପଥ ପେଟ୍ରୋଲିଂ କରୁଥିବା ପୋଲିସ ଅଧିକାରୀ ଜି ଏନ ଖାଁ , ଦୁର୍ଯ୍ୟୋଧନ ବିଶୋଇ ଓ ଗାଡି ଡ୍ରାଇଭର ସଞ୍ଜୟ କୁମାର ବେହେରା ଦୁର୍ଘଟଣା ଗସ୍ତ ଦୁଇ ଜଣଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ନନ୍ଦୁ ଦାସଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଶବ ଜବତ କରିବା ସହ ଏକ କେସରୁଜ କରି ଶବ ବ୍ୟବଛେଦ ନିମେନ୍ତ ପୁରୀ ପଠାଇଛନ୍ତି । ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୨୫/୧୧/୨୦୨୨---୮,୧୦ 

    Sakhigopal News, 25/11/2022

    Blog Archive

    Popular Posts