Breaking News

କାଗଜ କଲମରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର ଓ ପିଲାଙ୍କ ନାମରେ ଦିଦି ଖାଉଛନ୍ତି ଅଣ୍ଡା ,ଛତୁଆ

 

କଟକ-- - ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈଦେଶ୍ଵର୍ ପଞ୍ଚାୟତ ର କୁରୁମପଡ଼ା ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁ କି ନଖୋଲୁ କିନ୍ତୁ ଦିଦିଙ୍କ ଘରେ ଅଙ୍ଗନୱାଡ଼ି ନାମରେ ଅଣ୍ଡା ଛତୁଆ ଭର୍ତି ହେଉଛି । ମାସକେ ୨୭ ଦିନ ଅଙ୍ଗନବାଡ଼ି  ବନ୍ଦ୍ । ହେଲେ ପିଲାଙ୍କ ନାମରେ ଅଣ୍ଡା ଛତୁଆ କୁ ଚଳୁ କରୁଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ର ଦିଦି ବୋଲି ଗ୍ରାମବାସୀ ମାନେ କହନ୍ତି । ଦିଦି ଉପରିସ୍ଥ ଅଫିସର ଙ୍କ ଆଶୀର୍ବାଦ କାରଣରୁ ସ୍ଥାନୀୟ ଅଞ୍ଚଳରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ପଚାରିଲେ ଓଲଟା ଧମକ ଦେଉଛନ୍ତି। ଏପରି ଅଭିଯୋଗ କରିଛନ୍ତି ଖୋଦ୍ ଅଙ୍ଗନବାଡି କେନ୍ଦ୍ରରେ ପଡୁଥିବା ପିଲାମାନଙ୍କ ଅଭିଭାବକ ମାନେ । ଦିଦି ଅଙ୍ଗନୱାଡ଼ି କେନ୍ଦ୍ର ନ ଖୋଲି  ପ୍ରତିଦିନ ବଣଭୋଜି କରିବାକୁ ତାଙ୍କ ସାଙ୍ଗ ମାନଙ୍କ ସହିତ ବୁଲି ଯାଉଛନ୍ତି । ଦର୍ଶକ ବନ୍ଧୁ ସରକାର କଣ ଦିଦି ଙ୍କୁ ପିଲାଙ୍କ ଅଣ୍ଡା ଛତୁଆ ଖାଇ ବଣଭୋଜି କରିବାକୁ ନିଯୁକ୍ତି ଦେଇଛନ୍ତି । ପିଲାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଏହି ଅଙ୍ଗନୱାଡ଼ି ଦିଦି ଙ୍କ ଘର କୁରୁମ୍ ପଦା ଗ୍ରାମ ରେ ।ସରକାର ଅଙ୍ଗନୱାଡ଼ି କେନ୍ଦ୍ର କୁ ପ୍ରି . ସ୍କୁଲ କରିବା ଯୋଜନାକୁ ସଂପୃକ୍ତ ଅଙ୍ଗନୱାଡ଼ି ଦିଦି ସମ୍ପୂର୍ଣ୍ଣ ଭାବେ ବେଖାତିର୍ କରୁଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ମାନେ ପ୍ରକାଶ କରିଛନ୍ତି । ସରକାର ଙ୍କ ଯୋଜନା କୁ ବାଟ ମାରଣ କରୁଥିବା ଏହି ଅଙ୍ଗନୱାଡ଼ି ଦିଦି ଙ୍କୁ ସରକାର କି ଶିକ୍ଷା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଅଭିଭାବକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ନଚେତ୍ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିବା ସହିତ ସ୍ଥାନୀୟ ଜନସାଧାରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨୫/୨୨/୨୦୨୨----୮,୧୦ Sakhigopal News,25/11/2022

Popular Posts