ବାକି ଟଙ୍କା ସଙ୍ଗେ ସଙ୍ଗେ ନ ଦେବାରୁ କଟୁରୀରେ ହାଣି ଦେଲେ ଯୁବକ ;ଘଟଣା ଘଟିବାର ତିନିଦିନ ପରେବି ପୋଲିସ ହାତ ଖାଲି
ସାକ୍ଷୀଗୋପାଳ----- ବାକି ଟଙ୍କା ସଙ୍ଗେ ସଙ୍ଗେ ନ ଦେବାରୁ କଟୁରୀରେ ହାଣି ଦେଲେ ଜଣେ ଯୁବକଙ୍କୁ । ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ଆଳିଶପାଟଣା ଗ୍ରାମର ପ୍ରଶାନ୍ତ କୁମାର ଜେନା (୪୬) ତାଙ୍କ ଭଉଣୀ ଘରୁ ଆସି ଶୁକଳ ହାଟଛକ ଠାରେ ମହେଶ୍ୱର ପତିଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ସେହି ସମୟରେ ଇଛାପୁର ଗ୍ରାମର ସୁଦର୍ଶନ ସ୍ୱାଇଁ ଏକ ସାଇକେଲରେ ସେଠାରେ ପହଞ୍ଚି ପ୍ରଶାନ୍ତଙ୍କୁ ତାଙ୍କର ୧୦୦୦ ଟଙ୍କା ବାକି ପଇସା ମାଗିଥିଲେ । ପ୍ରଶାନ୍ତ କହିଥିଲେ ଯେ ମୋ ପାଖରେ ଆଜି ନାହିଁ । କାଲି ସଂକ୍ରାନ୍ତି ତା ପରଦିନ ଯାଇ ଟଙ୍କା ନେଇଆସିବୁ । ହଠାତ ସୁଦର୍ଶନ ରାଗି ଯାଇ ପ୍ରଶାନ୍ତଙ୍କୁ ଅସଭ୍ୟ ଭାଷାରେ ବକାବନା କରିବା ସହ ଲୁଚାଇ ରଖିଥବା ଏକ କଟୁରୀରେ ପ୍ରଶାନ୍ତଙ୍କ ଚୋଟ ମାରିବାସମୟରେ ପ୍ରଶାନ୍ତ ଘୁଞ୍ଚି ଯିବାରୁ ପ୍ରଶାନ୍ତଙ୍କର ଡାହାଣହାତର କାନ୍ଦ ତଳକୁ ଚୋଟ ଲାଗିଥିଲା । ସୁଦର୍ଶନ ପୁର୍ନବାର ଆଉଏକ ଚୋଟ ପକାଇବା ସମୟରେ ପ୍ରଶାନ୍ତ ହାତ ଟେକି ଦେବାରୁ ତାଙ୍କର ପାପୁଲି ତଳେ ଚୋଟ ବାଜିଥିଲା । ଏହା ଦେଖି ଲୋକମାନେ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ଶୁଣି ପ୍ରଶାନ୍ତଙ୍କ ଭାଇ ଦୌଡିକି ଆସିବାରୁ ସୁଦର୍ଶନ ସାଇକେଲ ନେଇ ପଳାଇ ଯାଇଥିଲା । ପ୍ରଶାନ୍ତଙ୍କୁ ସାକ୍ଷୀଗୋପାଳ ମେଡିକାଲକରେ ଚିକିତ୍ସା କରାଯିବା ପରେ ପ୍ରଶାନ୍ତଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିଲା । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ପ୍ରଶାନ୍ତଙ୍କ ସାନ ଭାଇ ହେମନ୍ତ କୁମାର ଜେନା ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୩୫୨/୨୨ରେ ଏକ କେସରୁଜ ହୋଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ କେବଳ ଏକକେସରୁଜ କରି ଦେଇ ଚୁପହୋଇ ବସି ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲେଚନା ହେଉଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୧/୨୦୨୨----୮,୧୦
Sakhigopal News, 17/11/2022