Breaking News

>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ଡିଏଭି ପବ୍ଲିକ୍ ସ୍କୁଲରେ ଶିଶୁ ଦିବସ ପାଳନ



    ଭଞ୍ଜନଗର---- ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କଲ ପରିସରରେ ଶିଶୁ ଦିବସରେ ପଣ୍ଡିତ ଶ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶ୍ରୀମତୀ ଜି.ସ୍ନିଗ୍ଧାରାଣୀ ।  କାର୍ଯ୍ୟକ୍ରମରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିବା ଅଧ୍ୟକ୍ଷା  ଶ୍ରୀମତୀ ଉଷା ପାଢ଼ୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ ।ତତ୍ ସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଭାଗର କର୍ମକର୍ତ୍ତା ଅତିଥି ରୁପେ ଯୋଗଦାନ କରିଥିଲେ।ବଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଅତିଥି ମାନେ  ଦୀପପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ  ଆରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ  ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ତିଲକ ଦେଇ ସ୍ବାଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ତଥା‐ବୈଦିକ ମନ୍ତ୍ର ,ଫ୍ୟାନ୍ସି ଡ୍ୟାନ୍ସି ଓ ରାମ୍ପ୍ସ ଚାଲି  ଇତ୍ୟାଦି ସାଂସ୍କୃତିକ ପ୍ରତିଯୋଗିତା ମୂଳକ କାର୍ଯ୍ୟମାନ ରଖାଯାଇଥିଲା ।  ଅତିଥି ମହୋଦୟା ଏହି ଦିବସର ମହତ୍ତ୍ବ ସମ୍ପର୍କରେ ଅତି ସୁନ୍ଦର ଭାବରେ ନିଜର ବାଣୀ ରଖିଥିଲେ । ତତ୍ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନିମନ୍ତେ ଉଦବୋଧନ ଦେବା ସହିତ ମାନିବିକତା ଏହି ଦିବସର ମହତ୍ତ୍ବ ସମ୍ପର୍କରେ ଅତ୍ୟନ୍ତ ସୁନ୍ଦର ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷରେ ସହ ପାଠ୍ୟକ୍ରମର  ଉପଲବ୍ଧି  କରିଥିବା ପ୍ରତିଯୋଗିତା ପ୍ରମାଣପତ୍ର ହାସଲ କରିଥିଲେ ।ମୁଖ୍ୟ ଅତିଥି ଓ ଅତିଥି ତଥା ପ୍ରଧାନ ଶିକ୍ଷକଙ୍କ ଦ୍ବାରା କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲ। । ଶିଶୁଙ୍କ ଆନନ୍ଦ ଦିବସ ହୋଇଥିବାରୁ ଶିକ୍ଷକଓ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନୃତ୍ୟ,ସଂଗୀତ ଓ ନାଟକ ଇତ୍ୟାଦି ରଖିଥିଲେ । ଶିଶୁମାନେ ନୃତ୍ୟ ସଙ୍ଗୀତରେ ମଜ୍ଜି ଆନନ୍ଦ ଉପଲବ୍ଧି କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ସମସ୍ତ ଅଂଶ ଗ୍ରହଣ କରିଥିବା ସମସ୍ତ ଅଂଶୀଦାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସର୍ବଶେଷରେ ସମସ୍ତ ଶିଶୁଙ୍କୁ ମିଠେଇ ବିଦ୍ୟାଳୟ ପକ୍ଷରୁ  ପ୍ରଦାନ କରାଯାଇଥିଲା ।  କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସର୍ବାଙ୍ଗସୁନ୍ଦର ହୋଇପାରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୧/୨୦୨୨----୭,୧୦ Sakhigopal News,15/11/2022

    Blog Archive

    Popular Posts