ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ , ଜଣେ ଗିରଫ
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମ ନିକଟରେ ଭଞ୍ଜନଗର ଅବକାରୀ ବିଭାଗ ଚଢାଉ କରି ବାଇକ୍ ସହ ୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି ପୋଲିସ । ସଂପୃକ୍ତ ଚାଲାଣକାରୀ ପୁରୀ ସଦରରେ ଥିବା କୁରୁଆ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ(୪୨)ବର୍ଷ । ତାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗଙ୍କ ନେତୃତରେ ଏହି ଚଢାଉ କରାଯାଇଥିଲା । ସୂଚନା ପ୍ରକାରେ ପ୍ରଫୁଲ୍ଲ ନିଜ ବାଇକ୍ ରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ଫୁଲବାଣୀ-ରୁ ପୁରୀ ଅଭିମୁଖେ ଯାଉଥିଲା । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀମତୀ ବାଗ ବିଭାଗୀୟ କର୍ମଚାରୀଙ୍କ ସହ ଖାରିଗୁଡା ଗ୍ରାମ ନିକଟରେ ଜଗିରହିଥିଲେ ।ପ୍ରଫୁଲ ଆସିବା କ୍ଷଣି ଅବକାରୀ କର୍ମଚାରୀ ବାଇକ୍ କୁ ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା । ଚାଲାଣକାରୀ ପ୍ରଫୁଲ୍ଲ ଗିରଫ କରିବା ସହ ଗଞ୍ଜେଇ ଓ ବାଇକ୍ ଜବତ କରିଥିଲେ । ଗିରଫ ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀମତୀ ବାଗ କହିଛନ୍ତି । ଏହି ଚଢାଉରେ ସନାତନ ନାହାକ,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ ଓ ଜଗନ୍ନାଥ ମହାପାତ୍ର ଭାଗ ନେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୨----୮,୪୦ Sakhigopal News,23/11/2022