Breaking News

ପାଲା ଗାୟକ ମଣ୍ଡଳର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


ସାକ୍ଷୀଗୋପାଳ---  ଶ୍ରୀ ନିଳାଚଳ ନିକ୍ଷୀଳ ଉତ୍କଳ ପାଲାଗାୟକ ପରିଷଦର ଉପଶାଖା ସତ୍ୟବାଦୀ ପାଲାଗାୟକ ମଣ୍ଡଳର ବାର୍ଷିକ ସମିଳନୀ ନିମନ୍ତେ ଏକ  ପ୍ରସ୍ତୁତି ବୈଠକ ବକୁଳବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଆସନ୍ତା ୧୪ ତାରିଖରେ ରଥପୁରୁଷୋତମ ପୁର ଭିମ ବଜାର ଠାରେ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଯାଇଛି । ଏହି ବୈଠକରେ ମଣ୍ଡଳ ସଭାପତି ବିଶ୍ଵନାଥ ବିଶ୍ଵାଳ ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ବୈଠକକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ପ୍ରଧାନ, ବିଜୟ ପଟ୍ଟନାୟକ, ଲିଙ୍ଗରାଜ ପ୍ରଧାନ, ସୁକାନ୍ତ ପରିଡ଼ା, ବଳରାମ ଦାସ,ପୃର୍ଣଚନ୍ଦ୍ର ପଣ୍ଡା,ହରିହର ମାଣିଆ, କୁମୁଦିନି ନାୟକ, ପୂର୍ଣ୍ଣିମା ମୁଦୁଲି ,ବୈକୁଣ୍ଠ ପ୍ରଧାନ, ବୈକୁଣ୍ଠ ପାତ୍ର, ଅନେକ ପାଲାକାର ଉପସ୍ଥିତ ଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୧/୨୦୨୨---୭,୧୦ Sakhigopal News,19/11/2022

Blog Archive

Popular Posts