Breaking News

ସାଇ ସଂସ୍ଥାନ ପକ୍ଷରୁ ସାହିତ୍ୟ ସଭା , କବିତା ପାଠ ଉତ୍ସବ ଓ ପୁସ୍ତକ ଉନ୍ମୋଚିତ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବିଳାସପୁର ଗ୍ରାମରେ ସାଇ ସଂସ୍ଥାନ ପକ୍ଷରୁ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏକ କବିତା ପାଠ ଉତ୍ସବ ସହିତ ସାହିତ୍ୟସଭା ଓ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।  ଏହି କବିତା ପାଠ ଉତ୍ସବକୁ କବି ତଥା ସମାଜସେବୀ ରବୀନ୍ଦ୍ର ନାଥ ଷଡଙ୍ଗୀ  ଯୋଗ ଦେଇ ନିଜ ବ୍ୟକ୍ତବ୍ୟ କହିଥିଷଲ କବିତା ଏପରି ଲେଖା ହେଉ ଯେପରି କବିତା ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । ମୁଖ୍ୟବକ୍ତା ଭାବେ ଡ.ପ୍ରତିଭା ମହାରଥୀ ଯୋଗ ଦେଇ କହିଥିଲେ ପ୍ରଥମେ ଗାଁ ମାଟିକୁ ମୁଁ ଭଲପାଏ, ଗାଁ ମାଟିକୁ ଯୁବ ଗୋଷ୍ଠୀ ସଜାଡି ଦିଅ, ଗାଁ ବଞ୍ଚିଲେ ଦେଶ ବଞ୍ଚିବ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ବିଜୟ ଜେନା ଯୋଗଦେଇ କହିଥିଲେ ଯେ ସାହିତ୍ୟ , ଭାଷା ଆମ ସଂସ୍କୃତି ପାଇଁ ଆମ ଦେଶ ଗର୍ବିତ, ସମସ୍ତ ଭାଷାକୁ ଚିହ୍ନ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଭାବେ ରାଜକିଶୋର ସ୍ୱାଇଁ ଯୋଗଦେଇଥିଲେ । ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ସାଧୁ ଚରଣ ବେହେରା । ଏହି ଅବସରରେ  ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଦୁଇଟି ପୁସ୍ଥକ ଉନ୍ମୋଚିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ପ୍ରଧାନ ସମ୍ପାଦକୀୟ ପାଠକରିଥିଲେ । କବି ଶରତ ମହାପାତ୍ର କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦ରୁ ଅଧିକ କବି କବୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମହାବୀରଙ୍କ ପୀଠରେ ପ୍ରସାଦ ସେବନ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୨୪/୧୧/୨୦୨୨---୭,୪୦  Sakhigopal News , 24/11/2022

Popular Posts