Breaking News

ଭଞ୍ଜନଗର ଅମଲା ସଙ୍ଘ କର୍ମୀ ମାନେ ଲଢ଼ିବାକୁ ତୟାର

 
ଭଞ୍ଜନଗର-- ସ୍ଥାନୀୟ ଘୁମୁସର ବନବିଭାଗ ପରିସର ଠାରେ ଭଞ୍ଜନଗର ଅମଲାସଙ୍ଘ ଶାଖାର ଅନ୍ତିମ କ୍ରାନ୍ତି ଅଭିଯାନ ବୈଠକ  ଅନୁଷ୍ଠିତ ହୋଇଯାଇଛି। ଆଗାମୀ ତା 27.11.22 ରିଖରେ ହେବାକୁ ଥିବା ରାଜ୍ୟ ଅମଲା ସଙ୍ଘ ସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ଅମଲା ମାନେ  ଦୃଢ଼ ଶପଥ ନେଇଛନ୍ତି ।ଏହି ବୈଠକକୁ ବନ ବିଭାଗର ମୁଖ୍ୟ ଅମଲା ତଥା ଆଞ୍ଚଳିକ ସମ୍ପାଦକ ଶ୍ରୀ ଅଶୋକ ସାହୁ ଆବାହନ କରିଥିଲାବେଳେ ମୁଖ୍ୟ ପରାମର୍ଶ ଦାତା ଶ୍ରୀ ଶୁଳପାଣି ଶତପଥୀ ଅଧ୍ୟକ୍ଷତା କରିବା ସହ କ୍ରାନ୍ତିକାରୀ ଉଦବୋଧନ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କମଳ ଲୋଚନ ଦୋରା(ଶିକ୍ଷା ବିଭାଗ) ଶ୍ରୀ ଭଗବାନ ସାହୁ(ରାଜସ୍ୱ ବିଭାଗ),ଶ୍ରୀ କାର୍ତ୍ତିକେଶ୍ୱର ବେହେରା(କୃଷି ବିଭାଗ),ଶ୍ରୀ ମନୋଜ ବେହେରା(ଶିଶୁ କଲ୍ୟାଣ ବିଭାଗ) ପ୍ରମୁଖ ଆଲୋଚନାରେ ଭାଗ ନେଇ ଆନ୍ଦୋଳନକୁ ତ୍ବରାନ୍ବିତ କରିବା  ପାଇଁ ଡାକରା ଦେଇଥିଲେ । ଏଥିପାଇଁ ଭଂଜନଗର ଛାମୁଆ ଦଳ ସମ୍ପୁର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଥିଲେ। ଭୁବନେଶ୍ବର ରାଜ୍ୟ ସମାବେଶରେ ଯୋଗ ଦେବାପାଇଁ ଗୋଟିଏ ସ୍ୱତନ୍ତ୍ର ବସ ଯାନ  ଆଗୁଆ ରିଜର୍ଭ କରାଯାଇଛି ବୋଲି ଜୋନାଲ ସେକ୍ରେଟାରୀ ଶ୍ରୀ ଅଶୋକ ସାହୁଙ୍କ ଠାରୁ ପ୍ରକାଶ । ସମାନ କାମ ଓ ସମାନ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସର୍ବନିମ୍ନ ଗ୍ରେଡପେ 4200 ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ଆଗାମୀ 27 ତାରିଖରେ ଭୁବନେଶ୍ୱର ଠାରେ  ଗଣ ଧାରଣା ଦିଆଯିବ ବୋଲି  ସୂଚନା ହସ୍ତଗତ ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୧/୨୦୨୨---୮,୫୦ Sakhigopal News,25/11/2022

Popular Posts