Breaking News

ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଜାତୀୟ ପ୍ରେସ ଦିବସ ପାଳିତ


ଜଟଣୀ ---ଜଟଣୀ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ସମାଜର ବିଭିନ୍ନ ସମସ୍ୟା, ଅବହେଳିତ ଜନସାଧାରଣ ଏବଂ ସର୍ବୋପରି ଦୁର୍ନୀତି ସମ୍ପର୍କିତ ଖବର ପରିବେଷଣ କରିବାକୁ ସମସ୍ତେ ଦୃଢ଼ ପ୍ରତିଜ୍ଞା ନେଇଥିଲେ । ଲୋକମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଖବର ପରିବେଷଣ କରିବାକୁ ଓୟୁଜେ ସମ୍ପାଦକ ଶ୍ରୀ ପାଇକରାୟ ପରାମର୍ଶ ଦେଇଥିଲେ । ଖବର ପରିବେଷଣ ପୂର୍ବରୁ ଘଟଣାକୁ ବାରମ୍ବାର ତର୍ଜମା କରିବା ଉଚିତ ବୋଲି କ୍ଲବର ଉପଦେଷ୍ଟା ମତ ଦେଇଥିଲେ ।ଆଜିର ପ୍ରେସ ଦିବସ କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ଇସ୍ମାଇଲ ଅଲ୍ଲୀ,  ରବୀନ୍ଦ୍ର ମହାକୁଡ଼, ଅମରେଶ ରାଉତରାୟ, ସାମ୍ବାଦିକ ମାମାଲି ସେଠି, ଶୁଭେନ୍ଦ୍ର ଶତପଥି, ରଙ୍ଗନାଥ ବେହେରା, ସଂଜୀବ କୁମାର, ସୁବ୍ରତ ନାୟକ, ଯଯାତି କେଶରୀ ପ୍ରଧାନ,ମଧୁସ୍ମିତା ନାୟକ,ଆଶୁତୋଷ ରାୟ ଅବସର ପ୍ରାପ୍ତ ରେଳ କର୍ମଚାରୀ ସତ୍ୟ ନାରାୟଣ ବ୍ରହ୍ମା ଉପସ୍ଥିତ ଥିଲେ । ପ୍ରେସ କ୍ଲବର ସମ୍ପାଦକ ହୃଦାନନ୍ଦ କୋଦାମସିଂହ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୬/୧୧/୨୦୨୨ ----୯,୦୦ Sakhigopal News,16/11/2022

Blog Archive

Popular Posts