ସମବାୟ ସମିତି ସେକ୍ରେଟାରୀ ଙ୍କ ଦବଙ୍ଗ ଗିରି
କଟକ - ସହଗାଁ ଗୋପାଳପୁର ସେବା ସମବାୟ ସମିତି ରେ ବୈଦେଶ୍ୱର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଅମର ମହାପାତ୍ର ଙ୍କୁ ପିଅନ ଭାବରେ ନିଯୁକ୍ତି ଦିଆ ଯାଇଛି। ସମବାୟ ସମିତିର ନିୟମ ଅଛି ଯେଉଁ ଅଞ୍ଚଳର ସମବାୟ ସମିତି ସେହି ଅଞ୍ଚଳର ବ୍ୟକ୍ତି ପିଅନ ଭାବରେ ରହିପାରିବେ । ସମବାୟ ସମିତିର ସେକ୍ରେଟାରୀ ଈଶ୍ୱର ଜେନା ଉକ୍ତ ବ୍ୟକ୍ତି ବିଶେଷ ଙ୍କୁ ନିଜ ଦବଙ୍ଗ ଗିରି ଦ୍ୱାରା ସେଠାରେ ନିଯୁକ୍ତି ଦେଇଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି । ଈଶ୍ୱର ଜେନା ଜଣେ ରାଜନୈତିକ ଲୋକ ଏବଂ ଶାସକ ଦଳ ସହିତ ମଧୁର ସମ୍ପର୍କ ଥିବାରୁ ସ୍ଥାନୀୟ ଜନସାଧାରଣ ତାଙ୍କ ବିରୋଧରେ କହିବାକୁ ସାହାସ କରୁନାହାନ୍ତି ।
ତାଙ୍କ କଥାବାର୍ତ୍ତା ରୁ ଜଣା ପଡୁଛି ସେକ୍ରେଟାରୀ ଜଣେ ଗୁଣ୍ଡା ଶ୍ରେଣୀ ର ଲୋକ ଏବଂ ଅଞ୍ଚଳରେ ତାଙ୍କର ଭଲ ଦବ୍ଦବା ଅଛି । ଯାହାଦ୍ବାରା ତାଙ୍କର କୌଣସି କଥାକୁ ଖାତିର ନାହିଁ । ଆଲୋଚନା ସମୟରେ ପାଟି ଖନୀ ମାରି ଯାଉଥିଲେ ମଧ୍ୟ ଭୁଲ ସ୍ଵୀକାର କରିବାକୁ ରାଜି ନୁହଁନ୍ତି । ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ଏଭଳି ସେକ୍ରେଟାରୀ ଙ୍କ ପ୍ରତି ପ୍ରଶାସନିକ ପଦକ୍ଷେପ ନିଆଯିବା ଦରକାର ଏବଂ ସହଗାଁ ଗୋପାଳପୁର ସେବା ସମବାୟ ସମିତିରେ ସେହି ସ୍ଥାନର ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଦରକାର । ଏ ବିଷୟରେ କଣ ପ୍ରେସିଡେଣ୍ଟ ଆଶିଷ କୁମାର ଜେନା ଓ ଭାଇସ ପ୍ରେସିଡେଣ୍ଟ ମଞ୍ଜୁ ଲତା ରାଉତ ଅବଗତ ନାହାନ୍ତି ନା ସମସ୍ତଙ୍କ ସମ୍ମତି କ୍ରମେ ଅମର ମହାପାତ୍ର ଙ୍କୁ ନିଯୁକ୍ତି ଦିଆଯାଇଛି ?।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୮/୧୧/୨୦୨୨---୭,୧୦ Sakhigopal News,18/11/2022