ଗ୍ରାମ୍ୟ ରାସ୍ତା ସରିବା ପରେ ତନ୍ନଖି କଲେ ବିଡିଓ , ନିର୍ବାହୀଯନ୍ତ୍ରୀ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ଡାହଣ ଗ୍ରାମର ଡାହାଣଖୁଣ୍ଟିଆ ସାହି ରାସ୍ତା ଅନେକ ଦିନ ଅବହେଳିତ ହୋଇ ପଡି ରହିଥିଲା । ନୁତନ ପଞ୍ଚାୟତ ନିର୍ବାଚନ ସରିବା ପରେ ଏହି ରାସ୍ତା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ୨ଲକ୍ଷ ଟଙ୍କା ବ୍ୟାୟରେ ଏକ ଗୋଡି ସିମେଣ୍ଟ ଡଲେଇ ରାସ୍ତା କରାଯାଇଛି । ଏହି ଅର୍ଥ ୧୫ତମ ସି.ଏପ.ସି ଅର୍ଥରେ ଏହି ରାସ୍ତା କାମ କରାଯାଇଛି । କାମ ଶେଷ ହେବା ପରେ ବିଡିଓ ଲୋଚନ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ୍ର ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକଙ୍କ ସହିତ ବିଭାଗୀୟ ଜେଇଙ୍କ ଉପସ୍ଥିତିରେ କାର୍ଯ୍ୟର ସମୀକ୍ଷା କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୧୧/୨୦୨୨---୭,୧୦ Sakhigopal News , 20/11/2022