Breaking News

ନନ୍ଦ, ଯଶୋଦା, ଦେବକୀ ଓ ବାସୁଦେବଙ୍କୁ ଦୀପଦାନ କଲେ ସାକ୍ଷୀଗୋପିନାଥ



ସାକ୍ଷୀଗୋପାଳ---ସାକ୍ଷୀଗୋପିନାଥ ଦେବ ଦୀପାବଳି ପର୍ବ ପରମ୍ପରା କ୍ରମେ ତାଙ୍କ ପିତୃପୁରୁଷ ନନ୍ଦ, ଯଶୋଦା, ଦେବକୀ ଓ ବାସୁଦେବଙ୍କୁ ଶ୍ରାଦ୍ଧ ଦେବା ସହ ଦୀପଦାନ କରିଛନ୍ତି । ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ ।  ମନ୍ଦିରରେ ପ୍ରଥମେ ସେବାୟତ ମନ୍ଦିର ଚୁଡାକୁ ଉଠି ମହାଦୀପ ଜଳାଇ ଜଗତ କଲ୍ୟାଣ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ ।   ମାଳମନ୍ଦିର ସିଂହଦ୍ୱାର, ଅରୁଣସମ୍ଭ, ଗରୁଡସମ୍ଭ, ମଦନମୋହନ ମନ୍ଦିର, ନୃସିଂହ, ସୁର୍ଯ୍ୟମନ୍ଦିର, ଗଣେଶ, ନବଗ୍ରହ, ତୁଳସି ଚଉରା, ରାମ ଲକ୍ଷ୍ମଣ ମନ୍ଦିର, ଅଲଗଡ ମହାବୀର ଆଦି ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନୁରୂପ ଭାବେ ଯାଗାମହାବୀର, ମାଳେଶ୍ୱରୀ, ଜାଗେଶ୍ୱରୀ, ଅନନ୍ତେଶ୍ୱର, ରତ୍ନେଶ୍ୱର, ତ୍ରିନାଥ ଦେବଙ୍କ ମନ୍ଦିର, ସେବାୟତସଂଘ କାର୍ଯ୍ୟାଳୟ ଓ ଯାଗାଘରେ  ଦୀପ ଜଳୁଥିବା ଦେଖାଯାଇଥିଲା ।୧୦୦୮ ଦୀପ ଦାନ କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ସୁଚନା ପ୍ରଦାନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୧/୨୦୨୨---୭,୨୦   Sakhigopal News, 24/11/2022

Blog Archive

Popular Posts