Breaking News

ନୂତନ ସଭାପତିଙ୍କ ବଳଙ୍ଗା ମହାବିଦ୍ୟାଳୟ କର୍ମଚାରୀଙ୍କ ସହ ପରିଚୟ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା




ବଳଙ୍ଗା -ବଳଙ୍ଗା ମହାବିଦ୍ୟାଳୟ ପରିଚାଳନା ସମିତିର ନୂତନ ସଭାପତି ରାଜକିଶୋର ରଥ , ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଓ କର୍ମଚାରୀଙ୍କ ସହ ଔପଚାରିକ ପରିଚିତ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ବଂଶୀଧର ପ୍ରଧାନ ନୂତନ ସଭାପତିଙ୍କୁ ପରିଚିତ କରିବା ସହ କର୍ମଚାରୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। କର୍ମଚାରୀଙ୍କ ତରଫରୁ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା ଷ୍ଟାପ ସାଧାରଣ କକ୍ଷ,ବିଦ୍ୟାଥି ସାଧାରଣ କକ୍ଷ,ପରିଛନତା, ଚାକିରି ନିରାପତ୍ତା, ବେତନ ବୃଦ୍ଧି, କର୍ମଚାରୀ ସଂଖ୍ୟା ହ୍ରାସ,ସିମା ବିବାଦ,ସଂସୋଧିତ ବ୍ଲକ ଗ୍ରାଣ୍ଡ, ପ୍ରାପ୍ତ କର୍ମଚାରୀଙ୍କ ଅବସରପ୍ରାପ୍ତ ପରବର୍ତ୍ତୀ ଜିବନର ଦୂରବସ୍ଥା ପ୍ରତି ସଭାପତିଙ୍କର ଧ୍ୟାନ ଆକର୍ଷଣ କରାଯାଇଛି। ଶିକ୍ଷା ବିଭାଗୀୟ ମୂଖ୍ୟ ପ୍ରଦୋଷ କୁମାର ପତି ମହାବିଦ୍ୟାଳୟର କ୍ରମ ବିକାଶ ଏ ସାମ୍ପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା କିଛି ସମ୍ବେଦନଶୀଳ ପ୍ରସଂଗ ଉପରେ ସଭାପତିଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ଯଥା ଶୀଘ୍ର ପୂର୍ଣ୍ଣ।ଙ୍ଗ ପରିଚାଳନା ସମିତି ଗଠନ କରାଯାଇ ବିଭାଗୀୟ ଅନୁମୋଦନ ପାଇଁ ପଠା ଯିବାର ପ୍ରାୟାସ ଯଥାଶୀଘ୍ର କରାଯିବ ବୋଲି ସଭାପତି ପ୍ରକାଶ କରିଥିଲେ। କର୍ମଚାରୀମାନଙ୍କ ସହଯୋଗ ,ସହମତିକୁ ପାଥେୟ କରି ସମସ୍ୟା ମାନ ସମାଧାନ କରିବା,ସାମୁହିକ ଉଦ୍ୟମରେ ବିଭିନ୍ନ ବାହ୍ୟ ସଂସ୍ଥା ଅନୁଦାନ,ଅର୍ଥ ପ୍ରଦାନ କାରୀ ସଂସ୍ଥାସହ ଯୋଗସୂତ୍ର ସ୍ଥାପନ କରି ବଳଙ୍ଗା ମହାବିଦ୍ୟାଳୟକୁ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ମହାବିଦ୍ୟାଳୟ ରୂପେ ଗଢିତୋଳିବାର ଦୃଢୋକ୍ତି ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ସଭାପତିଙ୍କର ପରିଚାଳନା ଗତ ଦିର୍ଘ ଦିନର ଅନୁଭୂତି ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ନେମାଳ ଓ ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସମ୍ପାଦିତ ଦାୟିତ୍ଵ, ଯୋଗାଯୋଗ, ଲୋକ ସମ୍ପର୍କ ଉକ୍ତ ମହାବିଦ୍ୟାଳୟରେ ବିନିଯୋଗ ହୋଇପାରିବ ବୋଲି ଆଶା ପୋଷଣ କରାଯାଇଛି ।

ବଳଙ୍ଗାରୁ ମନୋଜ କୁମାର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୨---୯,୩୫ Sakhigopal News,17/11/2022 

Blog Archive

Popular Posts