ଫୋଟୋଗ୍ରାଫି କୁ ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ
କନ୍ଧମାଳ--- ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଫୋଟୋଗ୍ରାଫି କୁ ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫୋଟୋ ଗ୍ରାଫିକ ଆସୋସିଏସନ ଅଫ ଓଡିଶା କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଏହି କର୍ମଶାଳା ଆୟୋଜନ କରାଯାଇଛି । ଜୋନାଲ ଏଜିକ୍ୟୁଟିଭ କମିଟି ସଦସ୍ୟ ଗୋପାଳ ପାତ୍ର ଙ୍କ ନେତୃତ୍ୱ ରେ ଫୋଟୋ ଗ୍ରାଫିକ ଆସୋସିଏସନ ଅଫ ଓଡିଶା ର ସାଧାରଣ ସମ୍ପାଦକ ଗୌରୀ ଶଙ୍କର ମହାକୁଡ଼, ଯୁଗ୍ମ ସମ୍ପାଦକ ମିଥୁନ କୁମାର ଜେନା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଫୋଟୋଗ୍ରାଫି ର ଉପଯୋଗୀତା ସମ୍ପର୍କ ରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଜାତୀୟ ସ୍ତରର ପ୍ରଶିକ୍ଷକ ପଲ୍ଲବ ପାଲ କନ୍ଧମାଳ ଜିଲ୍ଲା ର ଫୋଟୋ ଗ୍ରାଫର ମାନଙ୍କୁ ଫୋଟୋଗ୍ରାଫି ସମ୍ବଦ୍ଧିୟ ବିଭିନ୍ନ ନୁଆ ଜ୍ଞାନ କୌଶଳ ବିଷୟରେ ଅବଗତ କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୧୧/୨୦୨୨----୯,୧୦ Sakhigopal News,29/11/2022