ସିସିଟିଭି ରୁ ଧରାପଡ଼ିଲା ଚୋର ;ଟେଣ୍ଟ ହାଉସ ସାମଗ୍ରୀ ଜବତ
ଜଟଣୀ ----ଜଟଣୀ ଥାନା ଅଧୀନ ବିକାଶ ନଗର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଟେଣ୍ଟ ହାଉସ ସାମଗ୍ରୀ ଚୋରି ହୋଇଥିଲା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଜଣେ ପେସାଦାର ଚୋର ଗିରଫ ହୋଇଛି ।
ସୂଚନା ମୁତାବକ ଚଳିତ ମାସ 15 ତାରିଖ ଦିନ ବିକାଶ ନଗରର କବି ନାରାୟଣ ମହାନ୍ତି ନିଜ ଘରୁ ଟେଣ୍ଟ ହାଉସ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦାରଖ କରିବା ପରେ ଚୋରି କରିଥିବା ବ୍ୟକ୍ତିଙ୍କୁ ଚିହ୍ନି ପାରିଥିଲେ । ଅଭିଯୁକ୍ତ ଚୋର ହେଉଛି ଜଟଣୀ ବାଛରା ପାଟଣାର ବିଭୁତି ଦାସ । ଟେଣ୍ଟ ମାଲିକ କବି ମହାନ୍ତି ଖୋଜ ଖବର କରିବା ପରେ ଜାଣିବାକୁ ପାଇଥିଲେ କି ଅଭିଯୁକ୍ତ ଚୋର ସେହି ଟେଣ୍ଟ ସାମଗ୍ରୀ (ଲୁହାରେ ତିଆରି ଆୟତକାର ପିଲାର) କୁ ବିକ୍ରି କରିବାକୁ ବଜାରକୁ ନେଇ ଗରାଖ ଯୋଗାଡ଼ କରୁଥିଲେ । ଟେଣ୍ଟ ମାଲିକ ଜଟଣୀ ଥାନାରେ ଅଭିଯୋଗ କରିବା ପରେ ଜଟଣୀ ପୋଲିସ ଅଭିଯୁକ୍ତକୁ ଗତକାଲି ଗିରଫ କରିଥିଲେ ।ଅଭିଯୁକ୍ତ ଜଣକ ଚୋରି କରିଥିବା ନିଜେ ସ୍ୱୀକାର କରିଥିଲା । ତେବେ ଏହି ଅଭିଯୁକ୍ତ ଜଣେ ପେସାଦାର ଚୋର । ଜଟଣୀ ଥାନାରେ 4 ଟି ଏବଂ ଖଣ୍ଡଗିରି ଥାନାରେ ଗୋଟିଏ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।ଜଟଣୀ ଥାନା କେଶ ନମ୍ବର 414 ରେ ମାମଲା ରୁଜୁ କରାଯାଇ ଶୁକ୍ରବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୧/୨୦୨୨---୧୨,୫୦ Sakhigopal News,19/11/2022