Breaking News

ଦୁଇ ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ




ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡିପୁର ଗ୍ରାମରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ନାବାର୍ଡ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମକୁ ସାମାଜିକ ସଂଗଠନ ବି ମାସ୍ ଏବଂ ମାକନ୍ଧୁଣି ଦେବି ଜଳ ବିଭାଜିକା ପ୍ରକଳ୍ପ ଓ ଗୌଡ଼ ଖୋଲ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ପରିଚାଳିତ ହୋଇଥିଲା । ବରଗାଁ ଓ ଅଢେଇଗାଁ ପଞ୍ଚାୟତରେ ଗ୍ରହଣ କରାଯାଇ ଥିବା ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟକାରିତା ଶୁଭାରମ୍ଭ ନାବାର୍ଡ ଜିଲ୍ଲା ଉନ୍ନୟନ ପରିଚାଳକ ସଞ୍ଜୀବ ମିଶ୍ରଙ୍କ ଦ୍ୱାରା ହୋଇଥିଲା। ଆଗାମୀ 4 ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ଲକ୍ଷ୍ୟ ରହିଥିବା ଡ଼ିଡ଼ିଏମ ଶ୍ରୀ ମିଶ୍ର କହିଥିଲେ। ଅଞ୍ଚଳବାସୀଙ୍କ ସହଯୋଗକ୍ରମେ ସମସ୍ତ କାର୍ଯ୍ୟକ୍ରମ ଆଗକୁ ବଢ଼ାଇବା ନିମନ୍ତେ ପରାମର୍ଶ ଦେଇଥିଲେ। ସେହିଭଳି କୃଷି ଓ କୃଷକ,ମହିଳା ସଶକ୍ତିକରଣ କ୍ଷେତ୍ରରେ ନାବାର୍ଡର ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇ କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ଼. ସିଦ୍ଧାର୍ଥ ଶଙ୍କର,କୃଷି ସହାୟକ ସଞ୍ଜୀବ କୁମାର ନାୟକ,ବି ମାସ୍ ପ୍ରକଳ୍ପ ଅଧିକାରୀ ଦାଶରଥି ତ୍ରିପାଠୀ,ଏ.ରାଜଲକ୍ଷ୍ମୀ,ଅସିତଚାନ୍ଦ ସାହୁ,ଇଂ ସୁଜିତ ମହାନ୍ତି,ଓଡିଶା ଜୀବିକା ମିଶନ ବ୍ଲକ ସଂଯୋଜିକା ଦେବି ପ୍ରସାଦି ବେହେରା,ସଂଯୋଜୋକ ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।ଶେଷରେ ପୂର୍ବରୁ ତାଲିମ୍ ପ୍ରଦାନ କରାଯାଇ ଥିବ ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପେପର ପ୍ଲେଟ ମେସିନ ପ୍ରଦାନ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା,ସମାଜସେବୀ,ବୁଦ୍ଧିଜୀବୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୧/୨୦୨୨---୭,୧୦ Sakhigopal News,25/11/2022

Blog Archive

Popular Posts