Breaking News

ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ସୁରକ୍ଷା ନିମିତ ଗୋପାଳଙ୍କ ଦାବୀ



ଭଞ୍ଜନଗର/ବେଲଗୁଣ୍ଠା--- ଓଡିଶା ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳରେ କେଉଁ ଆବାହାମନ କାଳରୁ ଦେଶୀଗାଈ ଆମ ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଆସୁଅଛନ୍ତି ।  ଏହି ଦେଶୀ ଗାଈ ଯେ କୌଣସି ଜଳବାୟୁ ଖାପ ଖୁଇଲା ପରି , ଅଧିକ ପରିଶ୍ରମୀ, ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ଗୋବଂଶ ଅଧିକ ପରିଶ୍ରମୀ, ଗୃହପାଳିତ, କମ ଲାଳନ ପାଳନ, କମ ବ୍ୟୟ ବହୁଳ, କମ ଜାଗା, ଭୂମିହିନ ଗୋପଳ , କୃଷକ ଓ ଚାଷୀଙ୍କ ମେରୁଦଣ୍ଡ, ଶାନ୍ତ ସ୍ଵଭାବ, ଜଳବାଯୁ ପରିବର୍ତନ ଦିଗଦର୍ଶକ, ଜୈବ ବିଭିଦତ୍ତାର ଭରପୁର ।  ଯାହାର କ୍ଷୀରକୁ ଜୈବିକ A2 ମିଲ୍କ କୁହାଯିବା ସହ ଏହି  କ୍ଷୀରରେ ଔଷଧୀୟ ଗୁଣ ଭରପୁର। ଗୋମୁତ୍ରରେ ଅମୋନିଆ ଓ ୟୁରିଆ ବିଷାକ୍ତ ଶକ୍ତି ନଥିବାରୁ ଏହି କାରଣରୁ ଆୟୁର୍ବେଦ ଶିଳ୍ପରେ ଏହାର ବ୍ୟବହାର କରାଯାଏ।  ଏସବୁ ବିରଳ ଓ ଦୁର୍ଲ୍ଵଭ  ଦ୍ରୁଷ୍ଟିରୁ ଏହି ଅଞ୍ଚଳର ଦେଶୀ ଗୋବଂଶକୁ ଭାରତ ସରକାରଙ୍କ ICAR ଅଧୀନରେ ଥିବା ଜାତୀୟ ପ୍ରାଣୀ ଅନୁବଂଶୀୟ ସମ୍ବଳ ବୁରୋ, କର୍ଣାଳ, ହରିୟାନା ଦ୍ଵାରା ୨୦୧୦ ମସିହାରେ ଇଣ୍ଡିଆ କ୍ଯାଟଲ ଜୈବ ବିଭିଦତ୍ତା ଗୋପ୍ରାଣୀକୁ ଘୁମୁସରୀ ରୂପେ ଜାତୀୟ ମାନ୍ୟତା ପାଇ ଅଛି । କିନ୍ତୁ ଦୁଖର ବିଷୟ ବାରବର୍ଷ ବିତିବାକୁ ଲାଗିଲାଣି ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ଉପରେ ସମୃକ୍ତ ବିଭାଗର  ନଜର ପଡ଼ିନାହିଁ । ସରକାରଙ୍କ ସୁବିଧା ସୁଯୋଗ ଆମ ପାଇଁ ସାତ ସପନ ହୋଇଅଛି ବୋଲି ମତ ପ୍ରକାଶ ପାଇଥିଲା। ଏହି ସମ୍ପର୍କିତ କର୍ମଶାଳା ସ୍ଥାନୀୟ ଗାଙ୍ଗପୁର ପଞ୍ଚାୟତ ଅଖିଳ ଗୋଶାଳା ରାଜ୍ୟ ପ୍ରଭାରି ଶ୍ରୀ କମଲ ଦାସ ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗୋମୁତ୍ର ଆଧାରିତ ଆୟୁର୍ବେଦ ଔଷଧ ତିଆରି ଓ ଗୋ ବିଜ୍ଞାନ ଉପରେ ସମସ୍ତ ଗୋପାଳଙ୍କୁ ମାର୍ଗ ଦର୍ଶନ ଦେଇଛନ୍ତି । ପୁରୀ ସ୍ଥିତ ଓଡିଶାଗୋସେବା ସମିତି ମହର୍ଷି ପ୍ରଦୀପ୍ତ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୋବର ଆଧାରିତ କୁଟୀର ଶିଳ୍ପ ଓ ଦେଶୀ ଗାଈ ଘୁମୁସରୀ ମହତ୍ଵ ଉପରେ ଗୋପାଳଙ୍କୁ ସଚେତନତା କରାଇଥିଲେ । ପଶୁପାଳନ ବିଭାଗର ଭିଏସ ଡ଼ାକ୍ତର ଅଭିନାଶ ସାହୁ ଯୋଗ ଦେଇ ବିଭାଗ ସହ ଗୋପାଳ ମିଶି ଜନହିତ ଓ ଘୁମୁସରୀ ଗୋପ୍ରଜାତୀ ଶିମନ ବିଷୟରେ ଉପସ୍ଥିତ ଘୁମୁସରୀ ଗୋପାଳଙ୍କୁ ବ୍ୟବହାର ଉପରେ ବୁଝାଇଥିଲେ । ଜଙ୍ଗଲ ଓ ପରିବେଶ ବିଭାଗର ଘୁମୁସର ଉତର କେନ୍ଦ୍ର ଫରେସ୍ଟ ରେଞ୍ଜର ଶ୍ରୀ କୁମର ବେହେରା  ବନ ବିଭାଗ ଜଙ୍ଗଲରେ ଘୁମସରି ଗୋପାଳ ଚରା ବୁଲା କରି ପାରିବେ ବନୀକରଣ ଯୋଜନା କ୍ଷତି ନହୋଇ ଓ ବନ୍ୟଜନ୍ତୁ ଦ୍ଵାରା ଫସଲ କ୍ଷୟକ୍ଷତି ହେଲେ ଅନୁକମ୍ପା ରାଶିର ଫାଇଦା ନେବା ବିଷୟରେ କହିଥିଲେ।  ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଭାକୁ ପରିଚାଳନା କରିଥିଲେ । ବେଲଗୁଣ୍ଠା, ଆସ୍କା ଓ ଧରାକୋଟ ବ୍ଲକ ୫୦ ଗୋଟି ଗ୍ରାମରୁ ସତାଧିକ କୁହ୍ନାର ଘୁମୁସରୀ ଗୋପାଳ ଯୋଗ ଦେଇଥିଲେ । ପରିଶେଷରେ ଘୁମୁସରୀ ଗୋ-ପ୍ରଜାତୀ ବିକାଶ ଓ ସଂରକ୍ଷଣ ସୁରକ୍ଷା ସମିତିର ତରଫରୁ କୋଡିଏଗୋଟି ଦାବୀ ଗୁଡିକ ମାନିନେବାକୁ କୁହାଯାଇଛି ।  ଗୋପାଳଙ୍କ ଦାବୀ ଉପସ୍ଥାପନ କରାଯାଇ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଆକାରରେ ଜଣାଯାଇଅଛି । ଏଣୂ ସରକାର ତିନି ମାସ ମଧ୍ୟରେ ଦାବୀଗୁଡିକ ମାନିବା ଓ ସମିତି ସହ ଆଲୋଚନା ଯଦି କରନ୍ତି ନାହିଁ  ପାଟିଖୋଲୁ ନଥିବା ଘୁମୁସରୀ ଗୋବଂଶର ସାମୁହିକ ବିକାଶ ପାଇଁ ଘୁମୁସରୀ ଗୋପାଳ ସମିତି ଗାଈ ସହ ସମସ୍ତ ସମ୍ପୃକ୍ତ ବିଭାଗ କାର୍ଯ୍ୟଳୟରେ ଧର୍ମଘଟ ଓ ଧାରଣାରେ ବସିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ଆବଶ୍ୟକ ପଡିଲେ ଜାତୀୟ ରାଜ ସଡକ ରେ ଗାଈ ଗୋଠ ରଖି ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ କରିବା ପାଇଁ ପଛଗୁଞ୍ଚା ଦେବୁନାହିଁ ବୋଲି ଗୋପାଳ ମାନେ ସ୍ତିର କରିଥିବା ଗୋପାଳ ନେତା ମୂନା ଗୌଡ ଗଣପ୍ରତିନିଧିଙ୍କୁ ଜଣାଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୧/୨୦୨୨---୮,୧୦ Sakhigopal News 11/11/2022

Blog Archive

Popular Posts