ବରକେରା ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
।
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଗୀତ,ନାଚ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା। ମୂଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ଚଳିତ ବର୍ଷ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ଛାତ୍ର ଶ୍ରୀମାନ ସ୍ଵୟଂଶ୍ରୀ ସତ୍ୟ ସ୍ବରୂପ ଜେନା ବିଦ୍ୟାଳୟର ଗଉରବ ବଢାଇ ଥିବାରୁ ଶିଶୁ ଦିବସ ଅବସରରେ ବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ତାଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ଏଥିରେ ମୂଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସହକାରୀ ପ୍ରାଧ୍ୟାପକ ଡଃ ସ୍ଵାଗତମ୍ ଦାଶ ଯୋଗଦେଇ ଉତ୍ତମ ଅଧ୍ୟୟନ ସହିତ ଭଲ ମଣିଷଟିଏ ହୋଇ ପିତାମାତା ଗୁରୁଜନ ଓ ନେହେରୁଙ୍କ ଭଳି ଦେଶ ଜାତିର ଟେକ ରଖିବା ପାଇଁ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଞ୍ଚ ଓ ମୁନିନ୍ଦାର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦୁର୍ଯୋଧନ ପ୍ରଧାନ ଓ ଦୟାନିଧି ମାର୍ଥା, ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦିପ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ଆମନ୍ତ୍ରିତ ଅତିଥିମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେଇ ସମ୍ମାନିତ କରିଥିଲେ।ସର୍ବ ଶେଷରେ ସୁଧିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗଉରଵ ମୁହୁର୍ତ୍ତକୁ ସ୍ମରଣୀୟ ରଖିବା ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ପ୍ରକାଶଥାଉକି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶିକ୍ଷକ ସୁଧୀର କୁମାର ଜେନାଙ୍କ ପୁଅ ହେଉଛନ୍ତି ମେଧାବୃତ୍ତି ପାଇଥିବା ଛାତ୍ର ଶ୍ରୀମାନ ସ୍ଵୟଂଶ୍ରୀ ସତ୍ୟ ସ୍ବରୂପ ଜେନା।
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ଗୀତ,ନାଚ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା। ମୂଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ଚଳିତ ବର୍ଷ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ଛାତ୍ର ଶ୍ରୀମାନ ସ୍ଵୟଂଶ୍ରୀ ସତ୍ୟ ସ୍ବରୂପ ଜେନା ବିଦ୍ୟାଳୟର ଗଉରବ ବଢାଇ ଥିବାରୁ ଶିଶୁ ଦିବସ ଅବସରରେ ବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ତାଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦିପ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ଆମନ୍ତ୍ରିତ ଅତିଥିମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେଇ ସମ୍ମାନିତ କରିଥିଲେ।ସର୍ବ ଶେଷରେ ସୁଧିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଗଉରଵ ମୁହୁର୍ତ୍ତକୁ ସ୍ମରଣୀୟ ରଖିବା ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ପ୍ରକାଶଥାଉକି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶିକ୍ଷକ ସୁଧୀର କୁମାର ଜେନାଙ୍କ ପୁଅ ହେଉଛନ୍ତି ମେଧାବୃତ୍ତି ପାଇଥିବା ଛାତ୍ର ଶ୍ରୀମାନ ସ୍ଵୟଂଶ୍ରୀ ସତ୍ୟ ସ୍ବରୂପ ଜେନା।
Sakhigopal News,15/11/2022