Breaking News

ସାହାଡାପଦା ସେବା ସମବାୟ ସମିତି ପରିଚାଳନା କମିଟି ବୈଠକରେ ବ୍ୟାଙ୍କର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା



ଡମପଡ଼ା--- ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସାହାଡାପଦା ସେବା ସମବାୟ ସମିତି ପରିଚଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତିର ସଭାପତି ତଥା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ନବନିର୍ବାଚିତ ସଭାପତି ସୁବାସ ଚନ୍ଦ୍ର ପାଢ଼ୀଙ୍କୁ ସମିତି ତରଫରୁ ଫୁଳତୋଡା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ଉପସଭାପତି ପିତେଇ ସ୍ୱାଇଁ, ପରିଚାଳନା କମିଟି ସଭ୍ୟ ସତ୍ୟଭମା ପାଢ଼ୀ, ପ୍ରବାସିନୀ ମହାରଣା, ପ୍ରବୋଧ ଚନ୍ଦ୍ର ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର , ଧର୍ମାନନ୍ଦ ସ୍ୱାଇଁ , ଦୁର୍ଯ୍ୟୋଧନ ସ୍ୱାଇଁ, ନବକିଶୋର ନାୟକ, ସରୋଜ କୁମାର ନାୟକ, ଅକ୍ଷୟ କୁମାର ଲେଙ୍କାଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ଶ୍ରୀ ପାଢ଼ୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଦ୍ୟମରେ କିପରି ସାହାଡାପଦା ସେବାସମବାୟ ସମିତି ଅନ୍ତର୍ଗତ ସମସ୍ତ ଚାଷୀଙ୍କର ଉନ୍ନତି ହୋଇପାରିବ ସେଥିପାଇଁ ଶ୍ରୀ ପାଢ଼ୀ ଉଦ୍ୟମ କରିବା ପାଇଁ ଶ୍ରୀ ପାଢ଼ୀଙ୍କୁ ଅନୁରୋଧ କରାଯାଇଥିଲା । ସମିତି ସମ୍ପାଦକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨----୧୦,୩୫ Sakhigopal News,29/11/2022

Blog Archive

Popular Posts