>>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • >>
  • ଭିର୍ନ୍ନକ୍ଷମ ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା
  • >>
  • ମୁଖ୍ୟ ରାସ୍ତାରୁ ତାଡି ବିକୁଥିଲେ ମୋରମ |ଟ୍ରାକ୍ଟର ଓ ଜେସିବି ସହ ୨ ଥାନା ରେ ଅଟକ
  • >>
  • ଅତିରିକ୍ତ ତହସିଲଦାର ଓ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ବେଆଇନ ପଟ୍ଟା କରବାର ; ଜନ ଅସନ୍ତୋଷ ବୃଦ୍ଧି
  • >>
  • ସତ୍ଯବାଦୀରେ ତିନି ସେନାଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା
  • >>
  • ତିନି ସେନାର ବୀରତ୍ୱ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ର
  • >>
  • ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା
  • >>
  • ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର
  • ଜଟଣୀରେ ମାତିଛନ୍ତି ସରକାରୀ ଜମି ଦଲାଲ ; ହାତ ବାନ୍ଧି ବସିଛନ୍ତି ତହସିଲଦାର, ଅଭିଯୋଗ ପରେ ମଧ୍ୟ ଚୁପ





    ଜଟଣୀ ---ସହରର ମୁଖ୍ୟ ରାସ୍ତା ହରିଭାଇନା ଛକ ଠାରୁ ଜଟଣୀ କଲେଜ, ଚେଞ୍ଚୁରୀୟାନ କଲେଜ ଛକ, କିଷ୍ଟ କଲେଜ ଏବଂ ଜଟଣୀ ଗେଟ ଦେଇ ଜାତୀୟ ରାଜପଥ 16 କୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଖାଲି ପଡ଼ିଥିବା ସରକାରୀ ଜମି ମାଡ଼ି ବସି ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ ବୃଦ୍ଧି ପାଉଛି। ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି । କାରଣ ରାସ୍ତାକୁ ମାଡି ଦୋକାନ କରିବା ଫଳରେ ପାର୍କିଙ୍ଗ ସମସ୍ୟା ହେତୁ ଦୋକାନକୁ ଆସୁଥିବା ଗ୍ରାହକ ରାସ୍ତା ଉପରେ ଗାଡି ଥୋଇ ଦୋକାନକୁ ଯାଇଥାନ୍ତି । ଏହାଦ୍ୱାରା ଦୁର୍ଘଟଣା ବଢୁଛି । ଦୁର୍ଘଟଣା ଜନିତ ମୁର୍ତ୍ୟୁ ସଂଖ୍ୟା ହ୍ରାସ ପାଇଁ ପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ତେଣୁ ରାସ୍ତାର ଦୁଇ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ପାଇଁ ଆରମ୍ଭ ହୋଇଛି ପଦକ୍ଷେପ । ରାସ୍ତାର ଦୁଇ ପାର୍ଶ୍ୱରେ ବେଆଇନ ନିର୍ମାଣ ଦୋକାନ ଗୃହକୁ ଶୀଘ୍ର ଉଚ୍ଛେଦ ଆରମ୍ଭ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ଏହାକୁ ଅଣଦେଖା କରିବା ଫଳରେ ଜଟଣୀର କିଛି ମୁଷ୍ଟିମେୟ ଲୋକ ରାସ୍ତା କଡରେ ଥିବା ସରକାରୀ ଜମି ମାଡିବସି ରାସ୍ତାକୁ ଲଗାଇ ଦୋକାନ ଘର ନିର୍ମାଣ କରିଛନ୍ତି । ଏହି ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟ, ପ୍ରାଣନାଥ ବାଳକ ବିଦ୍ୟାଳୟ, ଜଟଣୀ ମହାବିଦ୍ୟାଳୟ, ସେଞ୍ଚୁରୀୟାନ ମହାବିଦ୍ୟାଳୟ, କିଷ୍ଟ କଲେଜ, ଏସ. ଟି. ଜାଭିୟାର ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶହ ଶହ ଛାତ୍ରଛାତ୍ରୀ ତଥା ଗାଡି ମଟର ଯିବାଆସିବା ସମୟରେ ରାସ୍ତା ଅବରୋଧ ଯୋଗୁଁ ଅନେକ ସଡ଼କ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଚାଲିଯାଉଛି ।  କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜଟଣୀ କଲେଜ ସମ୍ମୁଖରେ ଥିବା ସରକାରୀ ଜାଗା,ମୌଜା -ରାମଚନ୍ଦ୍ର ପୁର, ସିଟ ନଂ ୧ ରେ  ଖାତା ନଂ 287, ପ୍ଲଟନଂ -130,132,135/601, କିସମ ଗୋଚର, ଏରିଆ -୯ ଏକର ୮୨୫ ଡ଼ିସିମିଲ ଏବଂ ଖାତା ନଂ ୨୮୫, ପ୍ଲଟ ନଂ -31,141,143,138/599,146,153,505,525,528,225,229,156,158,242,163,551,140,555,556,557,559/603,583,33, 159/602,549,550,165/655,136,137,551/728,549/729,550/730,549/731,551/732,549/733,551/734,541/735,551/737,549/738,241,135/600/1923,135/600, ସମୁଦାୟ 42 ପ୍ଲଟ, ଏରିଆ -132 ଏକର 975 ଡ଼ିସିମିଲ । ସରକାରୀ ଜାଗାର କିଛି ପ୍ଲଟରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ କିଛି ଶିକ୍ଷାନୁଷ୍ଠାନ ଗଢ଼ିଥିବା ବେଳେ ଅନେକ ପ୍ଲଟକୁ ଜବର ଦଖଲ କରି କିଛି ଜମି ଦଲାଲ, ମୁଷ୍ଟିମେୟ ଲୋକ ମାଡିବସି ଦୋକାନ ଗୃହ, ବାସଗୃହ ନିର୍ମାଣ କରି ଭଡା ଲଗାଇଛନ୍ତି। ଭଲ ଦୁଇ ପଇସା ରୋଜଗାର କରିବା ସଙ୍ଗେସଙ୍ଗେ ରାସ୍ତାକୁ ମାଡିବସି ରାସ୍ତା ଅବରୋଧ କରିବାରେ ଲାଗିଛନ୍ତି । ସ୍ଥାନୀୟ ପ୍ରଶାସନର କୋହଳ ମନଭାବ ଯୋଗୁଁ ଏହି ରାମଚନ୍ଦ୍ର ପୁର ମୌଜାରେ ଏକର ଏକର ଜମି ଜବର ଦଖଲ ହେବାରେ ଲାଗିଛି । ଏହାର ପୁନଃଉଦ୍ଧାର ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀ ମାନେ ବାରମ୍ବାର ସ୍ଥାନୀୟ ଆରାଇ, ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରି ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ । ତେଣୁ ଆଗକୁ ଏହାର କୌଣସି ସୁଫଳ ନ ମିଳେ ତେବେ ଆରାଇ ଏବଂ ତହସିଲଦାରଙ୍କ ବିରୁଦ୍ଧରେ ମାମଲା ଦାୟର କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
    ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୧୧/୨୦୨୨---୫,୧୦ Sakhigopal News,30/11/2022

    Blog Archive

    Popular Posts