Breaking News

ମାର୍ବଲ ବୋଝେଇ ଟ୍ରକକୁ ପିଟିଲା ଯାତ୍ରୀ ବାହି ବସ, ଘଟଣା ସ୍ଥଳରେ ଜଣେ ମୃତ, ଛଅ ଜଣ ଗୁରୁତର

 


ନୟାଗଡ :-ଭାରସାମ୍ୟ ହରାଇ ମାର୍ବଲ ବୋଝେଇ ଟ୍ରକକୁ  ପିଟିଲା  ଯାତ୍ରୀ ବାହି  ବସ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ସୋଇଥିବାବେଳେ ଛଅଜଣ  ଗୁରୁତର । ତେବେ ଏଭଳି ଏକ ଛାତି ଥରା ଦୃଘଟଣା ଭୋର 3ଟା ସମୟରେ ଦେଖିବାକୁ ମିଳିଛି ଇଟାମାଟି ଥାନା ଭାରତ ପ୍ରେଟୋଲ ଟାଙ୍କି ନିକଟରେ । ସୂଚନା ଅନୁସାରେ ମାଣିକେଶ୍ବରୀ ନାମକ ଯାତ୍ରୀ ବାହି ବସ ସବୁଦିନ ପରି ତା ଗତବ୍ୟ ସ୍ଥଳରୁ ବାହାରିଥିଲା । ରାତି ପ୍ରାୟ 3 ଟା ସମୟରେ ନୟାଗଡ ରୁ ଯାତ୍ରୀ ଙ୍କୁ ଓଲ୍ଲାଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଇଟାମାଟି ପ୍ରେଟୋଲ ପମ୍ପ ନିକଟରେ ଏକ ମାଲ ବୋଝେଇ ଟ୍ରକ ଠିଆ ହୋଇଥିଲା । ଯାତ୍ରୀବାହି ବସ ଟି ଟ୍ରକ ପଛ ପାଖରେ ମାଡ଼ କରିଥିଲା । ଖବର ପାଇ ଇଟାମାଟି ଥାନା IIC ବିଶ୍ୱଜିତ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି 108 ଆମ୍ବୁଲାନ୍ସ ଓ ଅଗ୍ନିସମ ବିଭାଗ ସହାୟତା ରେ 7 ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ । ଡାକ୍ତର ଜଣେ ଯାତ୍ରୀ କୁ ମୃତ ଘୋଷଣା କରିଥିବା ବେଳେ 2 ଜଣ ଯାତ୍ରୀ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଅମର ଚାନ୍ଦ ଘର ଜୁନାଗଡ଼ ଯାହା ଶୁଣିବାକୁ ମିଳୁଛି ସେ ଜଣେ ଶିକ୍ଷକ । ଶିକ୍ଷକ ଆନ୍ଦୋଳନ ରେ ସାମିଲୀ ହେବାକୁ ଯାଉଥିଲେ । ଇଟାମାଟି ପୋଲିସ ୨ଟି ଗାଡିକୁ ଜବତ କରିଛି ତଦନ୍ତ ଚଳାଇ ଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୯/୧୧/୨୦୨୨---୯,୨୦ Sakhigopal News,29/11/2022

Blog Archive

Popular Posts