ରେଳ ସମ୍ପତି ଲୁଟ ମାମଲାରେ ୨ ଗିରଫ; ଅଭିଯୁକ୍ତଙ୍କୁ ରେଳ ସୁରକ୍ଷା ବଳର ଅନୁକମ୍ପା
ଜଟଣୀ,---- ରେଳ ସମ୍ପତି ଲୁଟ କରି ରେଳ ସୁରକ୍ଷା ବଳ ହାବୁଡ଼ରେ ପଡିଥିବା ୨ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ରେଳ ସୁରକ୍ଷା ବଳ । ମାତ୍ର ରେଳ ସମ୍ପତି ଜବତ ହୋଇଥିବା ଘରର ମାଲିକଙ୍କୁ କାହିଁକି ନିଦ୍ଵନ୍ଦରେ ଛାଡିଦିଆଗଲା ସେ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥି ସହିତ ଜବତ ହୋଇଥିବା ରେଳ ସାମଗ୍ରୀ କୁ ନିଜ ଘରେ ରଖିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅବସର ପ୍ରାପ୍ତ ରେଳ କର୍ମଚାରୀ। ସୂଚନାନୁସାରେ, ଖୋର୍ଦ୍ଧା ରୋଡ଼ ରେଳ ବିଭାଗ ଅଧିନସ୍ଥ ହରିପୁର-ଅରଗୁଳ ଷ୍ଟେସନ ମଧ୍ୟରେ ରେଳ ଷ୍ଟେସନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏଥିରେ ବିଗତ କିଛିଦିନ ଧରି ରେଳ ସମ୍ପତି ଗୁଡିକ ଲୁଟ ହୋଇ ଆସୁଥିଲା। ମାତ୍ର ରେଳପଥ ପୁଲିସ ଏହାର ସୁରାକ ପାଇବାରେ ସଫଳ ହୋଇ ପାରୁନଥିଲା। ତେଣୁ ରେଳ ସୁରକ୍ଷା ବଳ ଏହାର ତଦନ୍ତ ଦାଇତ୍ୱ ନେଇ ଲୁଟେରା ଙ୍କ ପ୍ରତି କଡା ନଜର ରଖିବା ପରେ ଗତ କାଲି ବିଳମ୍ବିତ ରାତିରେ ରେଳ ସୁରକ୍ଷା ବଳ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ଅବସରପ୍ରାପ୍ତ ରେଳ କର୍ମଚାରୀ ରବୀନ୍ଦ୍ର ନାଥ ପରିଡାଙ୍କ ଘରୁ ରେଳ ସମ୍ପତି ଜବତ କରିଥିଲା। ଏହି ରେଳ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ୨ଜଣ ଅଭିଯୁକ୍ତକୁ ଗିରଫ କରିଛି ରେଳ ସୁରକ୍ଷା ବଳ। ଏଥିରେ ଜଣେ ନାବାଳକ ରହିଥିବା ବେଳେ ଅନ୍ୟଜଣେ ପେଷାଦାର ଅଭିଯୁକ୍ତ ରହିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଡେଲଙ୍ଗ ଥାନା ଅନ୍ତର୍ଗତ ବରପଦା ଗ୍ରାମର କାନହୁ ଚରଣ ଵରିକ(୩୫) ଓ ହରିପୁର ଗ୍ରାମର ପବନା ଓରଫ ବଳଭଦ୍ର ଚମ୍ପତି(୧୬) । ରେଳ ସୁରକ୍ଷା ବଳ ଏମାନଙ୍କୁ ଆଜି ରେଳପଥ ପୁଲିସକୁ ହସ୍ତାନ୍ତର କରିଛି। ଏନେଇ ୧୧/୨୨ ରେ ମାମଲା ରୁଜୁ ହୋଇଛି ବୋଲି ରେଳ ସୁରକ୍ଷା ବଳ ପକ୍ଷରୁ ସୂଚନା ମିଳିଛି।ତେବେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣା ଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଜବତ ହୋଇଥିବା ରେଳ ସମ୍ପତି ଗୁଡିକ ଜଣେ ଅବସର ପ୍ରାପ୍ତ ରେଳ କର୍ମଚାରୀଙ୍କ ଘରୁ ହୋଇଥିଲା ବେଳେ ରେଳପଥ ପୁଲିସ ଉକ୍ତ ରେଳ କର୍ମଚାରୀଙ୍କୁ କେଉଁ ଆଧାରରେ ଛାଡିଦେଲା ବୋଲି କହିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୧/୨୦୨୨----୭,୧୦ Sakhigopal News,21/11/2022