ଦଳିତ ଓ ଜନସାଧାରଣଙ୍କୁ ନ୍ୟାୟ ଯୋଗାଇ ଦେବାକୁ ଅନ୍ତଃରାଷ୍ଟ୍ରୀୟ ମାନବାଧିକାର କମ୍ୟୁନିଟ ପକ୍ଷରୁ ବୈଠକ
ସାକ୍ଷୀଗୋପାଳ ----- ଦଳିତ ପଛୁଆ ବର୍ଗର ମହିଳା ପୁରୁଷ ଏପରିକି ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ ସାଧାରଣ ଜନତାଙ୍କୁ ମଧ୍ୟ ଉଚିତ୍ ନ୍ୟାୟ ପ୍ରଦାନରେ ଅନ୍ତଃରାଷ୍ଟ୍ରୀୟ ମାନବାଧିକାର କମ୍ୟୁନିଟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ତଃରାଷ୍ଟ୍ରୀୟ ମାନବାଧିକାର କମ୍ୟୁନିଟ ସାକ୍ଷୀଗୋପାଳର ସାମଗ୍ରିକ ନ୍ୟାୟ ଏବଂ ସଶକ୍ତିକରଣ ତରଫରୁ ଏକ ସାଙ୍ଗଠନିକ ବୈଠକ ପଟ୍ଟନାୟିକିଆ ସାଇ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସତ୍ୟବାଦୀ ବ୍ଳକର ସଭାପତି ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ପବିତ୍ର କୁମାର ପରିଡ଼ା ସିଭିଲ ଭାଇସ ପ୍ରେସିଡେଣ୍ଟ ପ୍ରଫୁଲ୍ଲ କୁମାର ପାତ୍ର ସେକ୍ରେଟାରୀ ଅର୍ଜ୍ଜୁନ କୁମାର ବେହେରା, ମହିଳା ଶିଶୁ ବିକାଶ ସେକ୍ରେଟାରୀ ସନ୍ଧ୍ୟାରାଣୀ ମାହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଅଞ୍ଚଳର ଅବହେଳିତ ଏବଂ ନିଷ୍ପେସିତ ଜନସାଧାରଣ କିପରି ସାମାଜିକ ନ୍ୟାୟ ପାଇପାରିବେ ସେ ଦିଗରେ ଯୁବସମାଜ ଆଗେଇ ଆସିବାକୁ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଧାନ କରିଥିଲେ। ଏହି ବୈଠକରେ ଅଞ୍ଚଳର ବହୁ ମହିଳା, ପୁରୁଷ ଯୋଗ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୧/୨୦୨୨---୯,୨୫ Sakhigopal News,15/11/2022