Breaking News

ସତ୍ୟସାଇ ସେବା ଅନୁଷ୍ଠାନ ପକ୍ଷରୁ ସିଲେଇ ମେସିନ୍ ବଣ୍ଟନ


କଟକ- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ସତ୍ୟସାଇ ସେବା ସଂଘ ପକ୍ଷରୁ ସିଲେଇ ତାଲିମପ୍ରାପ୍ତ ପିଲାମାନଙ୍କୁ ସିଲେଇ ମେସିନ୍ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ଅନୁଷ୍ଠାନର ମୁଖ୍ୟ କ୍ଷୀତିସ୍ ମହାନ୍ତି ସଭାପତିତ୍ୱ କରିଥିଲେ । ବାଙ୍କୀ କେନ୍ଦ୍ର ସମବାୟ ସମିତି ସଭାପତି  ସୁବାସ ଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଲିମ୍ ପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଆଇନଜୀବୀ ଗଗନ ବିହାରୀ ମହାପାତ୍ର ଓ ଲିଲି ବେହେରା ସମ୍ମାନୀତ ଅତିଥିଭାବେ ଯୋଗଦେଇ ସତ୍ୟସାଇ ସେବା ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨----୧୦,୪୦ Sakhigopal News,29/11/2022


Blog Archive

Popular Posts