Breaking News

ପୋଖରୀ ବୁଡି ୪ ବର୍ଷର ଶିଶୁର ମୃତ



ଭଞ୍ଜନଗର - ପୋଖରୀରେ ବୁଡି ପ୍ରାଣ ହରାଇଲା ୪ ବର୍ଷର ଶିଶୁ । ଭଞ୍ଜନଗର ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ  ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଲଗୁଣ୍ଠା ସହର ନିକଟ  ପୋଖରୀ ରେ ସୋମବାର ଅପରାହ୍ନରେ ଘଟିଥିଲା ଏଭଳି ଘଟଣା । ମୃତ ଶିଶୁ ଗୋପାଳ ନାହାକ(୪) ।   ଶିଶୁ ର ମୃତଦେହ ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ବେଲଗୁଣ୍ଠା ଥାନା ପୋଲିସ ୨୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ସହର ନିକଟରେ ଥିବା  ପୋଖରୀ ହିଡ ପାଖରେ ସଂପୃକ୍ତ ମହିଳା ଜଣକ  ପଥର ବାଡ଼େଇ କାମ କରୁଥିଲେ । ହଠାତ୍ ଅସୁସ୍ଥ ଅନୁଭବ କରିବାରୁ  ପୋଖରୀ ନିକଟରେ ଥିବା ଘରକୁ ପାଣି ପିଇବାକୁ ଯାଇଥିଲେ । ସେତେବେଳେ ପାଖରେ ଥିବା ୪ ବର୍ଷର ପୁଅ କୈାଣସି ପ୍ରକାରେ ପୋଖରୀ ଭିତରକୁ ଆସି ପଡ଼ି ଯାଇଥିଲା । ମା  ଘରୁ ପାଣି ପିଇ ଆସିବା ପରେ ପୁଅକୁ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀ ରେ ଭାସୁଥିବା ପୁଅର ଚପଲକୁ ଦେଖି ପୋଖରୀ ରେ ଖୋଜିଥିଲେ । ପରେ ପୋଖରୀରୁ ପୁଅକୁ ଉଧାର କରି ପ୍ରଥମେ ବେଲଗୁଣ୍ଠା ମେଡିକାଲ ରେ ଭର୍ତି କରିଥିଲେ । ସେଠାରୁ ଡାକ୍ତର ଭଞ୍ଜନଗର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ । ଭଞ୍ଜନଗର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୧/୨୦୨୨----୮,୨୦ Sakhigopal News,28/11/2022

Blog Archive

Popular Posts