Breaking News

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ



ଭଞ୍ଜନଗର ----ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପ୍ରକଳ୍ପ ନିର୍ଦେଶକ ଶ୍ରୀ କୀର୍ତିଭାସନ ଭି,ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 218ଟି ଅଭିଯୋଗର ପତ୍ର ଗ୍ରହଣ କରିଥିଲେ ।  ଆଜି ତ୍ୱରିତ 28ଟି ଅଭିଯାଗର ଫଇସଲା କରାଯାଇଛି,(ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ଭିନ୍ନକ୍ଷମ ଭତ୍ତା ),ଏଥିରେ ଗ୍ରାମ ଅଭିଯୋଗ  19ଟି,ବ୍ୟକ୍ତିଗତ ଅଭିଯୋଗ 199ଟି ଥିଲା । ଆଜି  ଭିନ୍ନକ୍ଷମମାନଙ୍କୁ 3ଟି ହୁଇଲି ଚେୟାର(wheel chair)  ସହାୟତା ପ୍ରଦାନ କରାଯାଇଛି। ଏହା ସହିତ  8ଜଣଙ୍କୁ ଜଙ୍ଗଲ ଜମିପଟା ବଣ୍ଟନ କରାଯାଇଛି । ଘୁମୁସର ଜିଲ୍ଲା ଗଠନ ପାଇଁ 2ଟି ଦାବିପତ୍ର ଗ୍ରହଣ କରିଥିଲେ ।ଆବେଦନ ଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ କୀର୍ତିଭାସନ ଭି,ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ  ,ଭଞ୍ଜନଗର ଉପଜିଲ୍ଲାପାଳ  ଶ୍ରୀ ଜ୍ୟୋତିଶଙ୍କର ରାୟ,ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର,  ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଭଞ୍ଜନଗର ବି.ଡ଼ି.ଓ. ଶ୍ରୀ ଶଶୀ ଭୂଷଣ ମହାପାତ୍ର, , ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ,ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,  ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଶ୍ରୀମତୀ ଆଞ୍ଜଳି ମାଝୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମହାନ ସାହୁ,ଭଂଜନଗର ତହସିଲଦାର ଅଚୁତାନନ୍ଦ ଯାନୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି,ସାମାଜିକ ସୁରକ୍ଷା ଅଧିକାରୀ  ଏ ସି ଓ଼ ଶବର,ADWO ଅମୀୟ  କୁମାର ମିଶ୍ର,ସିଡିପିଓ ବିଷ୍ଣୁପ୍ରିୟା ସେଠୀ,ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୧/୨୦୨୨---୯,୧୦ Sakhigopal News,21/11/2022

Blog Archive

Popular Posts