Breaking News

ଆନନ୍ଦ ସଂଗୀତାୟନର ୭୨ତମ ଭଞ୍ଜ ସଂଗୀତ ଆସର



ଭଞ୍ଜନଗର : ପୋଚାଲୁଣ୍ଡି ଠାରେ ୭୨ତମ ମାସିକ ଭଞ୍ଜ ସଂଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ପରିସରରେ ଆୟୋଜିତ ହେବା ସହ ବଂଶୀଧର ରଣାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ବଂଶୀଧର ରଣା ପ୍ରଦୀପ ପ୍ରଜ୍ୱଳନ କରି ଏହି ସଂଗୀତ ସଂଧ୍ୟାର ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର କଣ୍ଠଶିଳ୍ପୀ ଚିନ୍ମୟୀ ଗୌଡ଼, ପୁଷ୍ପାଞ୍ଜଳୀ ସାହୁ, ନିପାରାଣୀ ଗୌଡ଼, ଶୁଭସ୍ମିତା ପ୍ରଧାନ, ଅଶୋକ ସ୍ୱାଇଁ ପ୍ରମୁଖ ଭଞ୍ଜ ସଂଗୀତ ଏବଂ ଚମ୍ପୁ ତଥା ଜଗନ୍ନାଥ ଭଜନ ପରିବେଷଣ କରି ଶ୍ରୋତାଙ୍କୁ ମୁଗଧ କରିଥିଲେ । ମର୍ଦ୍ଦଳରେ ଅଭିଷେକ ମହାପାତ୍ର ଏବଂ ତବଲାରେ ଦିବାକର ପ୍ରଧାନ ସଂଗୀତ କରିଥିଲେ । ଅନୁଷ୍ଠାନର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପାଦକ ଅଶୋକ ମହାପାତ୍ର ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ  ଶ୍ରୋତା ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୨----୮,୪୦ Sakhigopal News,23/11(2022

Blog Archive

Popular Posts