Breaking News

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣୀ

 


ଭଞ୍ଜନଗର-ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ଜନ ସାଧାରଣ ମାନଙ୍କର ଅଭିଯୋଗ ଗୁଡିକର  ଶୁଣାଣି କରିଥିଲେ । ସମ୍ମୁଦାୟ 9ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଗ୍ରହଣ କରିଥିଲେ ।  ସମୁଦାୟ 9ଟି ଯାକ  ସାଧାରଣ ଅଭିଯୋଗମଧ୍ୟରୁ 2ଗୋଟି ବ୍ୟକ୍ତିଗତ ସମସ୍ୟା)  ଉପରେ ଆଧାରିତ,5ଗୋଟି ଗ୍ରାମ ସମସ୍ୟା ଏବଂ 2ଗୋଟି ଭିନ୍ନ କ୍ଷମ ସମସ୍ୟା ଉପରେ ଆଧାରିତ ଥିଲା । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ସହାୟକ ଜିଲ୍ଲାପାଳ  ସୁନନ୍ଦ ଶେଖର ସାହାଣୀ,ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସ୍ୟାଳୟର ଡାକ୍ତର ଶ୍ରୀ ଅନିଲ କୁମାର ଚୌଧୁରୀ,  ଭଞ୍ଜନଗର ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ  ଶ୍ରୀ ବିନୟ କୁମାର ସାହୁ , ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଓ଼ ଉପଖଣ୍ଡ ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ADWO ଅମୀୟ କୁମାର ମିଶ୍ର ସମେତ ସମସ୍ତ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ।ଏହି ଅଭିଯୋଗ ଶୁଣାନି ସମୟର ଭଞ୍ଜନଗର ଉପଜିଲ୍ଲାପାଳ ଅଫିସର କର୍ମଚାରୀ ସୁରଭି ପ୍ରଧାନ,  ବଳରାମ ଯାନୀ ପ୍ରଭୃତି ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୧/୨୦୨୨---୯,୫୦   Sakhigopal News,15/11/2022

Blog Archive

Popular Posts