Breaking News

ବାଙ୍କୀ କଲେଜରେ ଏନ୍‌.ସି.ସି ଦିବସ ପାଳିତ



ଡମପଡା- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରୁଷ ଓ ମହିଳା ଏନ୍‌.ସି.ସି ତରଫରୁ ୭୫ତମ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ  ଉଚ୍ଚଶିକ୍ଷା ପରିଷଦର ଉପଦେଷ୍ଟା ଡକ୍ଟର ପ୍ରଦୀପ କୁମାର ବେହେରା ଯୋଗ ଦେଇ ଏନ୍‌.ସି.ସି ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ସାର୍ବଭୌମତର ସୁରକ୍ଷା ପାଇଁ ଏନ୍‌.ସି.ସି କ୍ୟଡେଟ୍‌ମାନଙ୍କର ଗୁରୁ ଭୂମିକା ରହିଛି ବୋଲି ଡକ୍ଟର ବେହେରା କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ୍ ଭବାନୀ ପ୍ରସାଦ ହୋତା ଅନୁଷ୍ଠିତ ସଭାରେ ସଭାପତି  କରି ଏନ୍‌.ସି.ସି କ୍ୟାଡେଟ୍‌ମାନେ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ଜନମାନସର ସୁରକ୍ଷା ପାଇଁ ସଦାବେଳେ ଚେଷ୍ଟିତ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।  ମହିଳା ଏନ୍‌.ସି.ସି ଅଧିକାରିଣୀ କ୍ୟାପଟେନ୍ ଡକ୍ଟର ସନ୍ଧ୍ୟାରାଣୀ ମହାନ୍ତି ଓ ପୁରୁଷ ଏନ୍‌.ସି.ସି ଅଧିକାରୀ କ୍ୟାପଟେନ୍ ଗୁରୁବାରୀ ସାହୁଙ୍କ ପରିଚାଳନାରେ ଏନ୍‌.ସି.ସି ଦିବସ ପାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଫାଷ୍ଟ୍ ଅଫିସର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ବାଳିକା ଉଚ୍ଚ ବିଦ୍ୟାଳୟର ସେକେଣ୍ଡ୍ ଅଫିସର ଜୟନ୍ତୀ ଗୋଚ୍ଛି ଓ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଭାରପ୍ରାପ୍ତ  ଆକାଶ ବାହିନୀର ଅଧିକାରୀ ସୁବ୍ରତ କୁମାର ଖଟୁଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଉତ୍ସବରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏନ୍‌.ସି.ସି କ୍ୟାଡେଟ୍‌, ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଏନ୍‌.ସି.ସି ଓ ଆକାଶବାହିନୀର କ୍ୟାଡେଟ୍ ଏବଂ ବାଳିକା ଉ୍‌ଚ୍ଚବିଦ୍ୟାଳୟର ଏନ୍‌.ସି.ସି କ୍ୟାଡେଟ୍‌ମାନେ ଯୋଗଦେଇଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୯/୧୧/୨୦୨୨--୧୦,୨୦ Sakhigopal News,29/11/2022

Blog Archive

Popular Posts