Breaking News

ରାଜକିଆରୀ ପ୍ରେଟ୍ରୋଲ ପମ୍ପରେ ବୋମା ମାଡ଼, ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ; ପୋଲିସର ତଦନ୍ତ ଆରମ୍ଭ

 

ନୟାଗଡ--- ନୟାଗଡ ଜିଲ୍ଲା ଗଣିଆ ଠାରୁ କଣ୍ଟିଲୋ ଯିବା ରାସ୍ତା ରାଜକିଆରୀ ଛକ ନିକଟ ରେ ଥିବା ପେଟ୍ରୋଲ ପମ୍ପ ରେ ବୋମା ମାଡ଼ ହୋଇଛି। ରାଜକିଆରୀ ପେଟ୍ରୋଲ ପମ୍ପ କୁ ୬ଜଣ ଲୋକ ଏକ ନାଲି କଲର କାର ଓ ସ୍କୁଟିରେ ଆସି ପେଟ୍ରୋଲ ଟାଙ୍କିରେ ୮୦ଟଙ୍କା ର ପେଟ୍ରୋଲ ମାଗିଥିଲେ ।କର୍ମଚାରୀ ସଂଗ୍ରାମ କେଶରୀ ରାଉତ ତେଲ ଦେବା ସମୟରେ ନାଲି କାର ରୁ ଦୁଇଜଣ ଆସି ଭୁଜାଲିର ଆକ୍ରମଣ କରିବା ବେଳେ ଆଉ ଦୁଇଜଣ ବୋମା ମାଡ଼ କରିଥିଲେ ।ଘଟଣା ସ୍ଥଳରେ ସିସି ଟିଭି ଭାଙ୍ଗିବା ସହିତ ସୁବାସ ସେଠୀ,ସଂଗ୍ରାମ କେଶରୀ ରାଉତ,ଦାଶରଥ ବେହେରା ଏହି ୩ଜଣ କର୍ମଚାରୀ ଙ୍କ ଠାରୁ ୧ଲକ୍ଷ୫୦ ଟଙ୍କା ଛଡେଇ ନେବା ସହିତ ମାରଣାତ୍ମକ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଥିବା ବେଳେ ଗଣିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଆହତ ମାନଙ୍କ ର ଚିକିତ୍ସା କରାଯାଇଛି।ତେବେ ଗଣିଆ କଣ୍ଟିଲୋ ମୂଖ୍ୟ ରାସ୍ତାରେ ଏଭଳି ଘଟଣା ରେ ଭୟଭୀତ ହେଉଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ଜାଗାରେ ଛାନଭିନ ଜାରିରଖିଛି ।ସୂଚନାଯୋଗ୍ୟଯେଏହିଅଞ୍ଚଳରେ ଏକ ପୋଲିସ ଆଉଟପୋଷ୍ଟ ଆବଶ୍ୟକ ହେଉଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କଣ ପାଇଁ ଏଠାରେ ପୋଲିସ ଆଉଟ ପୋଷ୍ଟ କରୁ ନାହାନ୍ତି ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ଅଞ୍ଚଳରେ ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ, ପୋଲିସ ପକ୍ଷରୁ ପ୍ରେଟ୍ରୋଲିଙ୍ଗ କଡା କଡି କରା ଯିବାସହ ରାଜ କିଆରୀ ଛକରେ ସିଧାମୂଳାବ୍ରିଜ ପାଖରେ ପୋଲିସ ମୁତୟନ କରା ଗଲେଏଭଳି ସମସ୍ୟା ସୃଷ୍ଟି ହୋଇ ନପାରେ ବୋଲି ଲୋକମାନେ କହନ୍ତି।ତେବେ ଏହି ରାଜକିଆରୀ ଛକଟି ଖଣ୍ଡପଡ଼ା ଥାନା ରୁ ଦୂରତା 10କିଲୋ ମିଟର ରୁ ଉର୍ଦ୍ଧ୍ବ ହୋଇଥିବାବେଳେ ଗଣିଆ ଥାନା ଠାରୁ ରାଜକିଆରୀ ଛକ ମାତ୍ର ଛଅ କିଲୋମିଟର ଦୁର।କିନ୍ତୁ କୌଣସି ଅଘଟଣ ଘଟିଲେ ଗଣିଆ ଥାନା ପୋଲିସ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ପାରନ୍ତେ ।ଗଣିଆ ଥାନା ପକ୍ଷରୁ ମଧ୍ୟ ପ୍ରେଟ୍ରୋଲିଙ୍ଗ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।ଏଣୁ ଏଦିଗରେ ଜିଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଜଣସାଧାରଣରେ ଦାବି ହେଉଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୧୧/୨୦୨୨---୯,୧୦ Sakhigopal News,17/11/2022

Blog Archive

Popular Posts