Breaking News

ସତ୍ୟବାଦୀରେ ଗାଈ,ବାଛୁରୀ ମାନଙ୍କୁ ଆଲରଜି ରୋଗ, ଦୁର୍ବଳ ଗାଇ,ବାଛୁରୀ ମରୁଛନ୍ତି



ସାକ୍ଷୀଗୋପାଳ ---  ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ଗାଈ, ବାଛରୀ ମାନଙ୍କୁ ଏବେ ଆଲରଜି ରୋଗ ବ୍ୟାପିବାରେ ଲାଗିଛି । ରୋଗ ଥମିବାର ନାଁ ଗନ୍ଦ ଧରୁ ନାହିଁ । ଅନେକ ଗାଈ, ବାଛୁରୀ ଏହି ରୋଗରେ ମରୁଛନ୍ତି । ଏହି ରୋଗ ଆଲରଜି ରୋଗ ବୋଲି ସାକ୍ଷୀଗୋପାଳ ପଶୁ ଚିକିତ୍ସାଳୟର ଡାକ୍ତର ଜ୍ଞାନ ରଞ୍ଜନ ମିଶ୍ର କହନ୍ତି ।  ପ୍ରଥମେ ଗାଈ, ବାଛୁରୀ ମାନଙ୍କର ଗୋଡ ଫୁଲି ଯାଉଛି । ପରେ ପରେ ସେହି ଗୋଡରେ ଆବୁ ଆବୁ ହୋଇ ଫୁଲିଯାଉଛି । ଆବୁ ସ୍ଥାନରେ ରୁମ ସବୁ ଓପାଡି ଯାଉଛି । ଲୋକମାନେ ଉକ୍ତ ସ୍ଥାନରେ ମରା ନଡିଆ ତେଲ ସହିତ ଗନ୍ଦକର୍ପୁର ଲଗାଉଛନ୍ତି । ଏପରିକି ଛୋଟ ଛୋଟ ବାଛୂରୀ ମାନେ ମା ଠାରୁ କ୍ଷୀର ନ ଖାଇବାକୁ ପାଇ ମରି ଯାଉଛନ୍ତି । ଅନ୍ୟ ପକ୍ଷେ ଲୋକମାନେ ପାଖ ଗାଈ ଚିକିତ୍ସା କେନ୍ଦ୍ରକୁ ନେଲେ ସେମାନେ କହନ୍ତି ଏହି ରୋଗ ପାଇଁ ସଠିକ ମେଡିସିନ ବାହାରିନାହିଁ । କେବଳ ଦରଜ କମିବା ପାଇଁ ଇଞ୍ଜେସନ ଦିଆଯାଉଛି ବୋଲି କହନ୍ତି । ଏହି ରୋଗ ବିଶେଷ କରି  ବଳପୁର, ସାରଙ୍ଗଯୋଡି, ଗଡବଳରାମପୁର, ମହୁରା, ଅଳଗୁମ, ପେଣ୍ଠପଡା, ଜୟପୁର, ଅଳସା ଆଦି ଗ୍ରାମ ପଞ୍ଚାୟତରେ ଥିବା ଗାଈ ଗୋରୁ ମାନଙ୍କୁ ଏହିରୋଗ ହୋଇଥିବା ଜଣାପଡିଛି । କିଛି ଲୋକମାନେ ବଟା ହଳଦୀ ଓ ନମ୍ବପତ୍ର ବଟା ଲୋପ ସେହି ଆବୁ ଉପରେ ଦେଉଥିବା ଜଣାପଡିଛି । ସେହିପରି ଏ ସମ୍ପର୍କରେ ସାକ୍ଷୀଗୋପାଳ ମୁଖ୍ୟ ପଶୁଡାକ୍ତର ଡ. ଶ୍ରୀ ମିଶ୍ର କହନ୍ତି ଏହି ରୋଗ ଏକ ଆଲରଜି ରୋଗ । ବିଶେଷ କରି ଦୁର୍ବଳ ଥିବା ଗାଈ ଗୋରୁ ମାନଙ୍କୁ ହେଉଛି । ଯେଉଁ ମାନେ ଚିକିତ୍ସାରେ ଅବହେଳା କରୁଛନ୍ତି ସେମାନଙ୍କ ଗାଈ ବାଛୁରୀ ମରିଯାଉଛନ୍ତି । ସଠିକ ସମୟରେ ସଠିକ ଚିକିତ୍ସା କରାଗଲେ ଗୋଟିଏ ବି ଗାଈ ବା ବାଛୁରୀ ମରିବେ ନାହିଁ ବୋଲି ଡ. ମିଶ୍ର କହନ୍ତି ।  ରାଜ୍ୟ ସରକାର ଯେପରି ଦୁର୍ଘଟଣା ଜନିତ ଗାଈ, ଗୋରୁ ଷଣ୍ଢ ମାନଙ୍କର ଚିକତ୍ସା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ସେହିପରି ଏହି ରୋଗ ରୋକିବା ପାଇଁ ବା ପଣୁ ପାଳକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଭାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି ପଠାଇ ମାଗଣାରେ ଚିକିତ୍ସା କରିବାକୁ ପୂର୍ଣ୍ଣଚନ୍ଦ୍ର ବେହେରା, ଗୋବିନ୍ଦ ବେହେରା, ରବି ସାହୁ, ଭୀମସେନ ବେହେରା, ନିହାର ରଞ୍ଜନ ମହାପାତ୍ର  ପ୍ରମୁଖ୍ୟ ପୁରୀ ଜିଲ୍ଲାପାଳଙ୍କୁ ନିବଦେନ କରିଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୨୮/୧୧/୨୦୨   Sakhigopal News.28/11/2022

Blog Archive

Popular Posts