Breaking News

ଡିଏଭି ପିଟି.ଏସ.ଆର୍.ପବ୍ଲିକ ସ୍କୁଲରେ ନୈତିକ ଶିକ୍ଷାର ପ୍ରବଚନ



ଭଞ୍ଜନଗର; ଶୁକ୍ରବାର ଦିନ ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ ସ୍କୁଲ ପରିସରରେ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ନୈତିକଶିକ୍ଷାର  ସମ୍ପର୍କିତ କିଛି ମହତ୍ତ୍ବ ବାଣୀ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରବଚନ କାର୍ଯ୍ୟକ୍ରମରେ ସ୍ବାମିଜୀ ମହାରାଜ ସୁଧାନନ୍ଦ ସରସ୍ବତୀ ପ୍ରବଚକ ଭାବରେ ଅଂଶଗ୍ରହଣ କରିଥିଲେ । ତତ୍ ସହିତ ଅତିଥି ରୁପେ ଡିଏଭି ବିଦ୍ୟାଳୟର ସ୍କୁଲ ମ୍ୟାନେଜିଙ୍ଗ୍ କମିଟିର ସଭ୍ୟ ତଥା ଭଞ୍ଜନଗରସ୍ଥ ଜଳସେଚନ ବିଭାଗର  ଯନ୍ତ୍ରୀ ଶ୍ରୀ ସନ୍ତୋଷ ଗୌଡ଼ ଓ ଶ୍ରୀ ସ୍ବାଇଁ  ଓ ଶ୍ରୀ ପଣ୍ଡା  ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିସରରେ ଡିଏଭି ପିଟି.ଏସ.ଆର ପବ୍ଲିକ୍ ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଘୁମୁସର ଆବାସିକ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଏବଂ ଡିଏଭି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଯୋଗ ଦାନ କରିଥିଲେ । ସ୍ବାମିଜୀ ସୁଧାନନ୍ଦ ସରସ୍ବତୀଜୀ ଅତି ସୁନ୍ଦର ସହଜ ସରଳ ଓ ବୋଧଗମ୍ୟ ମନେ କରିଲାପରି ବେଦ ତଥା ନୈତିକ ଶିକ୍ଷା ପ୍ରଦାନ କରିଥିଲେ ।ଶେଷରେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଗୌଡ଼ ଓ ଶ୍ରୀ ସ୍ବାଇଁଙ୍କୁ ସ୍ବାମୀ ସୁଧାନନ୍ଦ ମହାରାଜଙ୍କ ଦ୍ବାରା ସମ୍ବର୍ଦ୍ଦନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ବାରା ମହାରାଜ ମହୋଦୟଙ୍କୁ ସମ୍ବର୍ଦ୍ଦନା କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ  ଶ୍ରୋତାମଣ୍ଡଳୀ ଅତ୍ୟନ୍ତ ଆନନ୍ଦ ଦାୟକ ରହିଥିବା  ପରିଲକ୍ଷିତ ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୨---୮,୧୦ Sakhigopal News,19/11/2022

Blog Archive

Popular Posts